ମୁମ୍ବାଇ : ମହାନାୟକ ଅମିତାଭ ବଚ୍ଚନ କରୋନା ନେଗେଟିଭ୍ ବୋଲି ଗତକାଲି ଆସିଥିବା ଖବର ମିଛ। ଏ ନେଇ ନିଜେ ବିଗ୍ ବି ଟ୍ବିଟ୍ କରି ସ୍ପଷ୍ଟ କରିଛନ୍ତି। ଏଥିସହ ଏଭଳି ଖବର ପ୍ରସାରଣକୁ ନେଇ କ୍ଷୁବ୍ଧ ହୋଇଛନ୍ତି। ଏକ ନ୍ୟୁଜ୍ ଚ୍ୟାନେଲ ଦ୍ବାରା ପ୍ରସାରିତ ହେଉଥିବା ଏହି ଖବରର ଏକ ଭିଡିଓ କ୍ଲିପ୍ ଟ୍ବିଟର୍ରେ ପୋଷ୍ଟ୍ କରି ବିଗ୍ ବି ଲେଖିଛନ୍ତି, ଏହି ଖବର ଭୁଲ ଓ ମିଛ। ପ୍ରକାଶ ଥାଉ କି, ଗତ ୧୧ ତାରିଖରେ ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ ବଚ୍ଚନ କରୋନା ପିଜିଟିଭ୍ ଚିହ୍ନଟ ହେବା ପରେ ମୁମ୍ବାଇର ନାନାବତି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନା ପଜିଟିଭ୍ ଜଣାପଡ଼ିଥିଲା। ସେମାନେ ପ୍ରଥମେ ଘରେ ସଙ୍ଗରୋଧରେ ରହିଥିଲେ। କିନ୍ତୁ କରୋନା ଲକ୍ଷଣ ଧୀରେଧୀରେ ପ୍ରକାଶ ପାଇବା ପରେ ସେମାନଙ୍କୁ ମଧ୍ୟ ନାନାବତି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଅମିତାଭଙ୍କ କରୋନା ନେଗେଟିଭ୍ ଖବର ମିଛ
/sambad/media/post_attachments/wp-content/uploads/2020/07/main-qimg-d32ed0cbd97e81c2216ec74e8c34140c.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)