ତାମିଲନାଡୁ ବିଧାନସଭା ନିର୍ବାଚନ: ଦ୍ବିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କଲା ଏଏମଏମକେ

ଚେନ୍ନାଇ: ଏପ୍ରିଲ ୬ରେ ତାମିଲନାଡୁରେ ହେବ ବିଧାନସଭା ନିର୍ବାଚନ। ସବୁ ଦଳ ଏନେଇ ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ଟିଟିଭି ଦିନାକରନଙ୍କ ନେତୃତ୍ୱରେ ଆମ୍ମା ମକ୍କଲ ମୁନ୍ନେତ୍ର କାଜଗାମ (ଏଏମଏମକେ) ଆସନ୍ତା ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଦ୍ବିତୀୟ ପ୍ରାର୍ଥୀ ତାଲିକାରେ ୫୦ଜଣଙ୍କ ନାଁ ରହିଛି। ତାଲିକା ଅନୁଯାୟୀ, ଟିଟିଭି ଦିନାକରନ ଏପ୍ରିଲ୍ ୬ରେ କୋଭିଲପଟ୍ଟୀ ଆସନରୁ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦ୍ୱିତୀୟ ତାଲିକାରେ ଦିନାକରନଙ୍କ ବ୍ୟତୀତ ୪୯ଜଣ ପ୍ରାର୍ଥୀଙ୍କ ନାମ ରହିଛି।

ବୁଧବାର ଦଳ ଏହାର ପ୍ରଥମ ତାଲିକା ପ୍ରକାଶ କରିଥିଲା। ପ୍ରଥମ ଏଏମଏମକେ ତାଲିକାରେ ବିଶିଷ୍ଟ ନାମଗୁଡ଼ିକରେ ପୂର୍ବତନ ବିଧାୟକ ପି ପାଲାନିୟାପାନ୍, ଏମ୍ ରେଙ୍ଗାସାମି, ଜି ସେଣ୍ଟାମିଜାନ୍, ସି ଶାନମୁଗାଭେଲୁ ଏବଂ ଏନଜି ପାର୍ଥିବାନଙ୍କ ନାମ ରହିଥିଲା। ଏମଏମକେ ଚଳିତ ନିର୍ବାଚନ ପାଇଁ ଏଆଇଏମଆଇଏମକୁ ତିନୋଟି ବିଧାନସଭା ଆସନ(ଭାନିଆମ୍ବାଡି, କୃଷ୍ଣଗିରି, ଏବଂ ଶଙ୍କରପୁରମ୍) ବଣ୍ଟନ କରିଛି। ଏହା ସହ ଏସଡିପିଆଇକୁ ଏହା ୬ଟି ନିର୍ବାଚନମଣ୍ଡଳୀ ଦେଇଛି। ତେବେ ଏସଡିପିଆଇ କମଲ ହାସନଙ୍କ ମକ୍କାଲ ନିଧି ମଇୟମ ଦଳ ସହିତ ମେଣ୍ଟ କରିବା ନେଇ କଥା ହୋଇଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଏସଡିପିଆଇ ଏଏମଏମକେ ସହିତ ଏକ ମେଣ୍ଟ ଗଠନ କରିଥିଲା।

ତେବେ ନିର୍ବାଚନା ପାଇଁ ଦଳ ଗୁଡ଼ିକ ପ୍ରାର୍ଥୀ ତାଲିକା ଘୋଷଣା କରୁଥିବା ବେଳେ ଆଜି ତାମିଲନାଡୁରୁ ୩୧.୪୨୫୭*କୋଟି ଟଙ୍କା ଜବତ କରାଯାଇଛି। ଏହି ଟଙ୍କା ନିର୍ବାଚନ ସମୟରେ ବ୍ୟବହାର ହେବାକୁ ଥିଲା ବୋଲି ଜଣାପଡ଼ିଛି। ଏବେପର୍ଯ୍ୟନ୍ତ ସର୍ବମୋଟ ୪୭.୬୫୩୫*କୋଟି ଟଙ୍କା ଜବତ ହୋଇସାରିଛି।

ସମ୍ବନ୍ଧିତ ଖବର