ନୂଆଦିଲ୍ଲୀ: ଅସୁବିଧାରେ ପଡ଼ୁଥିବା ଲୋକେ ଯେତେବେଳେ କୌଣସି ଉପାୟ ନପାଆନ୍ତି ସେମାନେ ସୋସିଆଲ ମିଡିଆ ଜରିଆରେ ନିଜର ଯନ୍ତ୍ରଣା ଓ ସମସ୍ୟା ବିଷୟରେ ସମସ୍ତଙ୍କୁ ଜଣାଇଥାଆନ୍ତି। ଏଥିସହିତ ବଡ଼ବଡ଼ ଅଧିକାରୀଙ୍କୁ ନିଜ ସମସ୍ୟା ଜଣାଇ ସାହାଯ୍ୟ ବି ମାଗିଥାଆନ୍ତି। ଏମିତିରେ ଅନେକ ପୀଡିତଙ୍କ ସମସ୍ୟାର ସମାଧାନ ହେବା ସହିତ ବିପଦରେ ପଡ଼ିଥିଲେ ସେମାନଙ୍କୁ ଉଦ୍ଧାର ବି କରାଯାଇଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି।
ଏହି କ୍ରମରେ ଜଣେ ଛୋଟ ବାଳିକା ସୋସିଆଲ ମିଡିଆ ଜରିଆରେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିଛନ୍ତି।
ସେ ଏକ ଭିଡିଓ ଜାରି କରି କହିଛନ୍ତି, ‘ଖରପ ଓ ନଷ୍ଟ ହୋଇଯାଇଥିବା କୋଠାର ଚଟାଣରେ ବସି ଆମେ ପାଠ ପଢ଼ୁଛି। ମୋର କଥା ବି ମୋଦୀ ଜି ଆପଣ ଥରେ ଶୁଣି ନିଅନ୍ତୁ।’
ଛୋଟ ଛୁଆର ଭାଇରାଲ ଭିଡିଓଟି ଜମ୍ମୁକଶ୍ମୀରର କଠୁଆର ଲୋହିଆ ମଲହାର ଗ୍ରାମ ବୋଲି ଜଣାପଡ଼ିଛି। ଭିଡିଓରେ ନିଜର ସମସ୍ୟା କହୁଥିବା ଛୋଟ ବାଳିକାର ନାମ ସିରତ ନାଜ।
Please @narendramodi ji listen to the request of this school going girl from hilly region of lohai area of Tehsil lohai malhar of district kathua.@NirmalSinghBJP@districtadmkat1@OfficeOfLGJandK@manojsinha_pic.twitter.com/i5TlITgYJF
— Mohit Gupta (@factual_dogra) March 31, 2023
ସିରତ ନାଜ ନିଜ ସମସ୍ୟାକୁ ମୋଦୀଙ୍କ ସାମ୍ନାରେ ପ୍ରକାଶ କରିବା ପୂର୍ବରୁ ସେ ମୋଦୀଙ୍କୁ ପ୍ରଥମେ ତାଙ୍କ ହାଲଚାଲ କଥା ପଚାରିଥିଲେ। ଏହାପରେ ସିରତ କହିଥିଲେ, ‘ମୋଦୀ ଜି ଆପଣଙ୍କୁ ମୋର ଏକ କଥା କହିବାର ଅଛି। ମୁଁ ଜମ୍ମୁକଶ୍ମୀରର ଏକ ସରକାରୀ ସ୍କୁଲରେ ପାଠପଢ଼େ। ସ୍କୁଲର ଅବସ୍ଥା ବହୁତ ଖରାପ ରହିଛି। ଆପଣଙ୍କୁ ଆମ ସ୍କୁଲର ଚିତ୍ର ଦେଖାଉଛି। ସାମ୍ନାରେ ପ୍ରଧାନଶିକ୍ଷକ ଓ ଅନ୍ୟଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ରୁମ ରହିଛି।
ଦେଖନ୍ତୁ କେତେ ଅପରିସ୍କାର ରହିଛି। ଆମକୁ ଏଠାରେ ହିଁ ବସାଇ ପାଠପଢ଼ାଯାଏ। ଦୟାକରି ଆମ ପାଇଁ ଗୋଟିଏ ସ୍କୁଲ ନିର୍ମାଣ କରି ଦିଅନ୍ତୁ। ଅପରିସ୍କାର ଚଟାଣରେ ବସି ପାଠପଢ଼ିବା ହେତୁ ସ୍କୁଲ ପୋଷାକ ଖରାପ ହୋଇଯାଇଥାଏ। ଘରକୁ ଗଲେ ମା’ କୁହେ ଧୂଳି ମାଟିରେ ଖେଳି ସ୍କୁଲ ପୋଷାକ ଅପରିସ୍କାର କରି ଆସିଛି। ଆଉ ଗାଳି ବି ଦିଏ। ତାକୁ ଯେତେ କୁହେ ସ୍କୁଲର ଅପରିସ୍କାର ଚଟାଣରେ ବସି ଏଭଳି ଅବସ୍ଥା ହୋଇଛି ସେ ବିଶ୍ବାସ କରେ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/45-11.jpg)