ଆସାମରେ ହୋଇଥାନ୍ତା ବଡଧରଣର ଆକ୍ରମଣ, ଯାତ୍ରୀବାହୀ ବସରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ଗୌହାଟୀ: ଆସାମରେ ବଡଧରଣର ଆକ୍ରମଣ କରିବାକୁ ଯୋଜନା କରିଥିଲେ ଆତଙ୍କବାଦୀ | ଆଉ ପୁଲିସର କଡା ନଜରରୁ ବର୍ତ୍ତିବା ପାଇଁ ଯାତ୍ରୀବାହୀ ବସରେ ପଠାଉଥିଲେ ଅସ୍ତ୍ରଶସ୍ତ୍ର | ତେବେ ଆସାମ ରାଇଫଲସର ଯବାନମାନେ ଆତଙ୍କବାଦୀଙ୍କ ଏହି ଉଦ୍ୟମକୁ ପଣ୍ଡ କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଆଜି ଆସାମ ରାଇଫଲ୍ସର ଯବାନମାନେ କରବି ଆଙ୍ଗଲଙ୍ଗ ଜିଲ୍ଲାର ଏକ ଯାତ୍ରୀବାହୀ ବସ୍‌ରୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛନ୍ତି | ବୋକଜନ ସବ-ଡିଭିଜନାଲ ପୁଲିସ ଅଧିକାରୀ (ଏସଡିପିଓ) ଜନ ଦାସ ଏନେଇ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ସର୍ଚ୍ଚ ସମୟରେ ସୁରକ୍ଷାକର୍ମୀମାନେ ଦୁଇଟି ପିସ୍ତଲ, ଦୁଇଟି ମାଗାଜିନ୍ ଏବଂ ଦୁଇଟି ସେଟ୍ ୱାକି ଟକି ଜବତ କରିଛନ୍ତି | ଏହି ସବୁ ଅସ୍ତ୍ରଶସ୍ତ୍ର ଏକ କଳା ରଙ୍ଗର ବ୍ୟାଗରେ ରଖାଯାଇଥିବାବେଳେ କାଠ ଆପଲ ବାକ୍ସ ଭିତରେ ଚାଲାଣ କରାଯାଉଥିଲା | ଏସଡିପିଓ କହିଛନ୍ତି, “ଆମେ ସକାଳ ପ୍ରାୟ ୪ଟା୩୦ ମିନିଟ ସମୟରେ ଯାଞ୍ଚ ବେଳେ ଯାତ୍ରୀବାହୀ ବସରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଥିଲୁ। ବ୍ୟାଗ ମାଲିକ ବସ ନଥିବାବେଳେ ବସ୍ ନାଗାଲାଣ୍ଡର ସୋମ ଜିଲ୍ଲାକୁ ଯାଉଥିଲା।” ଏହି ଘଟଣାରେ ଅଧିକ ଅନୁସନ୍ଧାନ କରାଯାଉଛି।

ସମ୍ବନ୍ଧିତ ଖବର