ଆମନେଷ୍ଟି ଇଣ୍ଟନ୍ୟାସନାଲର ବେଙ୍ଗାଲୁରୁ କାର୍ଯ୍ୟାଳୟ ଉପରେ ଇଡିର ଚଢ଼ାଉ

ବେଙ୍ଗାଲୁରୁ: ଅଗ୍ରଣୀ ତଥା ଖ୍ୟାତିସଂପନ୍ନ ମାନବିକ ଅଧିକାର ସୁରକ୍ଷା ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲର ବେଙ୍ଗାଲୁରୁ ସ୍ଥିତ କାର୍ଯ୍ୟାଳୟ ଉପରେ ଆଜି ଅପରାହ୍ଣରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚଢ଼ାଉ କରାଯାଇଛି। ଅପରାହ୍ଣ ୨ଟାରେ ବେଙ୍ଗାଲୁର ସ୍ଥିତ  ଆମନେଷ୍ଟି ଇଣ୍ଟରନ୍ୟାସନାଲର କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଥିବା ସଂସ୍ଥାର ଜନୈକ କର୍ମଚାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ, କେଉଁ କାରଣ ପାଇଁ  ମାନବିକ ଅଧିକାର ସୁରକ୍ଷା ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲର ବେଙ୍ଗାଲୁରୁ କାର୍ଯ୍ୟାଳୟ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ାଉ କରାଗଲା ସେ ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ ଯେ ଅନୁଷ୍ଠାନ ପାଇଁ କରାଯାଇଥିବା ପାଣ୍ଠି ସଂଗ୍ରହ କ୍ଷେତ୍ରରେ କେତେକ ଅନିୟମିତତା ଦୃଷ୍ଟିକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଚଢ଼ାଉ କରାଯାଇଛି।


ତେବେ, ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଚଢ଼ାଉ ଅବ୍ୟାହତ ରହିଥିବାରୁ ଏ ସଂପର୍କିତ ସବିଶେଷ ସୂଚନା ହସ୍ତଗତ ହୋଇପାରି ନାହିଁ। ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

ସମ୍ବନ୍ଧିତ ଖବର