ରାୟପୁର: ଯବାନଙ୍କ ଗୁଳିରେ ଟଳିଲା ଟପ୍ ମାଓନେତା ବାସବ୍ ରାଜୁ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ମାଓନେତା ବାସବ୍ ରାଜୁ ନିପାତ । ମାଓନେତା ବସଭରାଜ୍ ଉପରେ କୋଟିଏ ଟଙ୍କାର ପୁରସ୍କାର ଥିଲା । ତାକୁ ଧରାଇଦେଲେ ଏହି ପୁରସ୍କାର ମିଳିଥାନ୍ତା । ହେଲେ ଯବାନଙ୍କ ଗୁଳିରେ ଚିରିଛି ବସଭରାଜର ଛାତି । ବାସବ୍ ରାଜୁ ସମେତ ଇତି ମଧ୍ୟରେ ୩୦ ନକ୍ସଲଙ୍କୁ ନିପାତ କରାଯାଇଛି । ଛତିଶଗଡ଼ ନାରାୟଣପୁର ଜିଲ୍ଲାର ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ ହୋଇଥିଲା । ଏଥିରେ ଜଣ ୩୦ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ:
ଅବୁଝମାଡ଼ ଜଙ୍ଗଲରେ ବଡ଼ ଧରଣର ଗୁଳିବିନିମୟ: ୨୬ ମାଓବାଦୀ ନିହତ, ଜଣେ ଯବାନ ସହିଦ
ତେବେ ଏହା ପୂର୍ବରୁ ମଧ୍ୟ ଅପରେସନ ବ୍ଲାକ୍ ଫରେଷ୍ଟ ଜରିଆରେ କରେଗୁଟ୍ଟାଲୁ ପାହାଡରେ ପଶି ସୁରକ୍ଷାକର୍ମୀ ୩୧ ନକ୍ସଲଙ୍କୁ ନିପାତ କରିଥିଲେ । କରେଗୁଟ୍ଟାଲୁ ପାହାଡର ବ୍ଲାକ୍ ଫରେଷ୍ଟରେ ୨୧ ଦିନର ୨୧ଟି ଏନକାଉଣ୍ଟରରେ ୩୧ ମାଓବାଦୀଙ୍କୁ ନିପାତ୍ କରାଯାଇଥିଲା । ୨୦୦ରୁ ଅଧିକ ବଙ୍କର ଓ ୪ଟି ମାଓବାଦୀଙ୍କ ଅସ୍ତ୍ର ତିଆରି କାରଖାନା ଠାବ ହୋଇଥିଲା । ୪୫ ଡିଗ୍ରି ତାପମାତ୍ରାରେ ୬୦ କିମି ଲମ୍ବ ଓ ୧ କିମି ଉଚ୍ଚ ପାହାଡ ଉପରେ ଅପରେଶନ କରାଯାଇଥିଲା । ବିଏସଏଫର ହେଲିକପ୍ଟର ସାଙ୍ଗକୁ ସିଆରପିଏଫ୍ ଯବାନ, କୋବ୍ରା, ଡିଆରଜି ଓ ଏସଟିଏଫର ଯବାନ ମାଓବାଦୀଙ୍କ ନିଦ ହଜାଇ ଦେଇଥିଲେ । କରେଗଟ୍ଟାଲୁ ଜଙ୍ଗଲରେ ହୋଇଥିବା ଅପରେସନରେ ପୁଲିସକୁ ବଡ ସଫଳତା ମିଳିଥିବାରୁ ଯବାନଙ୍କୁ ପ୍ରଶଂସା କରାଯାଇଛି। ଦିନରାତି ଏକ କରି ଯବାନ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିଏସଏଫ ହେଲିକେପ୍ଟର ଏମାନଙ୍କ ଉପରେ ନଜର ରଖିବା ସହ ସହଯୋଗ କରୁଥିଲା। ଯବାନଙ୍କୁ ଡ୍ରୋନ ବହୁତ ସାହାଯ୍ୟ କରିଥିଲା। ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣି ସେମାନଙ୍କୁ ସହଜରେ ଟାର୍ଗେଟ କରାଯାଇପାରୁଥିଲା।
ମାଓ ମୁକ୍ତ ହେବ ଭାରତ, ଦେଶର ରହିବେନି ଗୋଟେ ବି ନକ୍ସଲ... ଖୋଜି ଖୋଜି ସବୁ ନକ୍ସଲଙ୍କୁ ନିପାତ କରାଯିବ । ଲାଲଗଡ଼ରେ ତ୍ରିରଙ୍ଗା ଉଡ଼ିବ ଆଉ ଭାରତ ଭିତରେ ଶାନ୍ତିର ବିହଙ୍ଗ ଉଡିବ । ଘଞ୍ଚ ଜଙ୍ଗଲରେ ଆଉ ଚାଲିବନି ନକ୍ସଲଙ୍କ ରାଜ୍ କି ଲାଲ ବାହିନୀଙ୍କ ନାଲି ଆଖି ଆଉ ବନ୍ଧୁକ ମୁନରେ ଗଡିବନି ନିରୀହ ଲୋକଙ୍କ ମୁଣ୍ଡ, ଝରିବନି ଲୁହ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିବନି ବି ଯବାନଙ୍କ ଗାଡି...
ବାସ୍ ବହୁତ ହୋଇଗଲା... ଏବେ ନିପାତ ହେବେ ଗୋଟି ଗୋଟି ନକ୍ସଲ , ଅସ୍ତ୍ର ଛାଡ ନହେଲେ ତ୍ରାହି ମିଳିବନି... ମୋଦୀ ସରକାରଙ୍କ ନକ୍ସଲ ମୁକ୍ତ ଭାରତର ସ୍ବପ୍ନ ନେଇ ନକ୍ସଲଙ୍କୁ ଦିନେ ଚେତାବନୀ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଉ ଅସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଥିଲେ... ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓମୁକ୍ତ କରିବାକୁ ଡେଡ୍ ଲାଇନ୍ ଥିବା ବେଳେ ଏହାକୁ ସତ କରିଦେଖାଇବାରେ ଜୋରଦାର ଚାଲିଛି ଅପରେସନ୍ । ଆଉ ଏହାର ବଡ଼ ଉଦାହରଣ ଏବେ ସାମ୍ନାକୁ ଆସୁଛି ।
ଅଧିକ ପଢନ୍ତୁ:
ଭାରତ ହେବ ମାଓ ମୁକ୍ତ: 'ଅପରେସନ୍ ସିନ୍ଦୂର' ପରେ 'ଅପରେସନ୍ ବ୍ଲାକ୍ ଫରେଷ୍ଟ'କୁ ନେଇ ଚର୍ଚ୍ଚା...