ନୂଆଦିଲ୍ଲୀ: ସବୁଠୁ ଅଧିକ ପ୍ରଦୂଷିତ ତଥା ନିମ୍ନମାନର ବାୟୁ ଥିବା ବିଶ୍ବର ୧୦ଟି ସହର ମଧ୍ୟରେ ଭାରତର ୩ଟି ସହର ଥିବା କଥା ସ୍ବିଜରଲାଣ୍ଡ୍ ‘ଆଇକ୍ୟୁଏୟାର୍’ ନାମକ କ୍ଲାଇମେଟ୍ ଗ୍ରୁପ୍ ଦର୍ଶାଇଛି।
‘ଜାତିସଂଘ ପରିବେଶୀୟ କାର୍ଯ୍ୟକ୍ରମ’ର ବୈଷୟିକ ଅଂଶୀଦାର ଥିବା ‘ଆଇକ୍ବ୍ୟୁଏୟାର୍’ ତାଲିକା ଅନୁସାରେ, ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ବାୟୁ ଗୁଣବତ୍ତା ସୂଚକାଙ୍କ ହାରାହାରି ୫୫୬ ଥାଇ ଦିଲ୍ଲୀ ଶୀର୍ଷରେ ରହିଛି। ସେହିପରି, ଏହି ତାଲିକାର ୪ର୍ଥ ସ୍ଥାନରେ କୋଲ୍କାତା ଥିବାବେଳେ ମୁମ୍ବାଇ ରହିଛି ୩ୟ ସ୍ଥାନରେ।
Image Courtesy of Zee Newsଏହାଛଡ଼ା, ପାକିସ୍ତାନର ଲାହୋର ଏବଂ ଚୀନ୍ର ଚେଙ୍ଗ୍ଡୁ ସହର ମଧ୍ୟ ବିଶ୍ବର ଅନ୍ୟାନ୍ୟ ପ୍ରଦୂଷିତ ବାୟୁ ସହର ତାଲିକାରେ ରହିଛି।
ସବୁଠୁ ଅଧିକ ପ୍ରଦୂଷିତ ମାନର ବାୟୁ ଥିବା ବିଶ୍ବର ୧୦ଟି ସହର ଏବଂ ସେଠାକାର ‘ଏକ୍ୟୁଆଇ’ ବା ‘ବାୟୁ ଗୁଣବତ୍ତା ସୂଚକାଙ୍କ’ ନିମ୍ନମତେ ଉକ୍ତ ତାଲିକାରେ ରହିଛି।
Image Courtesy of India Today୧. ଭାରତର ଦିଲ୍ଲୀ (ଏକ୍ୟୁଆଇ: ୫୫୬)
୨. ପାକିସ୍ତାନର ଲାହୋର (ଏକ୍ୟୁଆଇ: ୩୫୪)
୩. ବୁଲ୍ଗେରିଆର ସୋଫିଆ (ଏକ୍ୟୁଆଇ: ୧୭୮)
୪. ଭାରତର କୋଲ୍କାତା (ଏକ୍ୟୁଆଇ: ୧୭୭)
୫. କ୍ରୋସିଆର ଜାଗ୍ରେବ୍ (ଏକ୍ୟୁଆଇ: ୧୭୩)
୬. ଭାରତର ମୁମ୍ବାଇ (ଏକ୍ୟୁଆଇ: ୧୬୯)
୭. ବେଲ୍ଗ୍ରେଡ୍ର ସର୍ବିୟା (ଏକ୍ୟୁଆଇ: ୧୬୫)
୮. ଚୀନ୍ର ଚେଙ୍ଗଡୁ (ଏକ୍ୟୁଆଇ: ୧୬୫)
୯. ଉତ୍ତର ମାସିଡୋନିଆର ସ୍କୋପ୍ଜି (ଏକ୍ୟୁଆଇ: ୧୬୪)
୧୦. ପୋଲାଣ୍ଡ୍ର କ୍ରାକୋ (ଏକ୍ୟୁଆଇ: ୧୬୦)
ଉଲେଖଯୋଗ୍ୟ, ‘ଆଇକ୍ୟୁଏୟାର୍’ ଦ୍ବାରା ଏହି ସୂଚକାଙ୍କ ବାସ୍ତବ-ସମୟାନୁସାରେ ପରିବର୍ତ୍ତନ କରାଯାଉଛି। ତାଲିକାଭୁକ୍ତ ହେଉଥିବା ବାୟୁ ପ୍ରଦୂଷଣ ମାତ୍ରା ବିଭିନ୍ନ ଉପାୟ ଏବଂ ବିଭିନ୍ନ ସଂସ୍ଥାନରୁ ସଂଗ୍ରହ କରାଯାଉଛି।
(ଏହି ଆଲେଖ୍ୟଟି ‘ସମ୍ବାଦ ଡିଜିଟାଲ୍’ର ପରିବେଶ ସଚେତନତା ଅଭିଯାନ ‘ପୁନଶ୍ଚ ପୃଥିବୀ-ୱାନ୍ ଆର୍ଥ, ୟୁନାଇଟ୍ ଫର୍ ଇଟ୍’ର ଅଂଶବିଶେଷ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/Indias-3-Cities-Are-Listed-in-Worlds-Most-10-Polluted-Cities_Punascha-Pruthibi_Thumbnail.jpg)