ପଶ୍ଚିମବଙ୍ଗର ବୀରଭୂମିରୁ ବିପୁଳ ବିସ୍ଫୋରକ ଜବତ

ବୀରଭୂମି: ପଶ୍ଚିମବଙ୍ଗର ବୀରଭୂମିରେ ଅପରାଧିକ ଯାଞ୍ଚ ବିଭାଗ ବା ସିଆଇଡି ଏକ ବଡ ଧରଣର ଯୋଜନାକୁ ପଣ୍ଡ କରିଦେଇଛି | ସିଆଇଡି ଟିମ ଏକ ଅନଧିକୃତ ଷ୍ଟୋର ରୁମରୁ ଗୁରୁବାର ଦିନ ବିପୁଳ ବିସ୍ଫୋରକ ଜବତ କରିଛି | ଏଠାରୁ ଏମୋନିୟମ ନାଇଟ୍ରେଟର ୨୩୮ ପ୍ୟାକେଟ ଜବତ ହୋଇଥିବାବେଳେ ପ୍ରତିଟି ପ୍ୟାକେଟରେ ୫୦ କିଲୋ ଲେଖାଏଁ ଏମୋନିୟମ ନାଇଟ୍ରେଟ ଥିବାର ଜଣାପଡିଛି |

ଏହାଛଡା ଏଠାରେ ଥିବା ପୋଲ ତଳୁ ୮ଟି ବ୍ୟାଗ ମିଳିଥିଲା | ପ୍ରତିଟି ବ୍ୟାଗରେ ୧୦ଟି ପ୍ୟାକେଟ ଥିଲା | ଏଥିରୁ ୧୦୦୦ଟି ଡିଟୋନେଟର ମିଳିଥିଲା | ମିଳିଥିବା ସୂଚନା ମୁତାବକ ଏହି ଷ୍ଟୋରରେ ବହୁ ସଂଖ୍ୟାରେ ବିସ୍ଫୋରକ ଥିବା ନେଇ ସିଆଇଡି ପାଖରେ ଖବର ପହଞ୍ଚିଥିଲା | ଏହାପରେ ସିଆଇଡି ଏଠାରେ ଚଢ଼ାଉ କରିଥିଲା |

ଏଠାରେ ସୂଚନା ଥାଉ କି ଗତ ରବିବାର ଦିନ ପୁଲିସ ୧୦୦ରୁ ଅଧିକ ଦେଶୀ ବୋମା ଜବତ କରିଥିଲା | ଏହାପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଛାନଭିନ କରାଯାଇଥିଲା | ବୀରଭୂମିରେ ରାଜନୈତିକ ହିଂସା ଲାଗିରହିଥିବାବେଳେ ଏତେ ମାତ୍ରାରେ ବିସ୍ଫୋରକ ପଛରେ କାହାର ହାତ ରହିଛି ପୁଲିସ ତାହାର ତଦନ୍ତ କରୁଛି |

ସମ୍ବନ୍ଧିତ ଖବର