ଅମ୍ପନ : ଫନିଠାରୁ ଶକ୍ତିଶାଳୀ ମାତ୍ର ୨୦୨୦ର ୨ୟ ଶକ୍ତିଶାଳୀ ସାମୁଦ୍ରିକ ବାତ୍ୟା

ଭୁବନେଶ୍ବର : ଗତ ୨୦ ତାରିଖରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଧ୍ବଂସର ତାଣ୍ଡବ ଖେଳାଇଥିବା ଅତି ଭୀଷଣ ସାମୁଦ୍ରିକ ବାତ୍ୟା  ଅମ୍ପନ ଗତ ବର୍ଷର ଫନିଠାରୁ ଆହୁରି ଅଧିକ ଶକ୍ତିଶାଳୀ ଥିଲା ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ କହିଛି ।

ସ୍କାଏମେଟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ଫନି ଏକ କ୍ୟାଟେଗୋରୀ -୪ ବାତ୍ୟା   ଥିବାବେଳେ ଅମ୍ପନ ଏକ କ୍ୟାଟେଗୋରୀ -୫ ବାତ୍ୟା  ଥିଲା । ଏଣୁ ଅମ୍ପନକୁ ମହାବାତ୍ୟା  କୁହାଯାଇଥିଲା । ୧୯୯୯ ପରେ ଏହା ବଙ୍ଗୋପସାଗରରେ ସୃଷ୍ଟି  ହୋଇଥିବା ୨ୟ. ଶକ୍ତିଶାଳୀ  ବାତ୍ୟା ଥିଲା । କିନ୍ତୁ ସ୍ଥଳଭାଗ ଛୁଇଁବାବେଳକୁ ଏହା କିଛିଟା ଦୂର୍ବଳ ହୋଇପଡ଼ିଥିଲା । ତଥାପି ଏହା ପଶ୍ଚିମବଙ୍ଗର ୨୪-ଫଗଣା ଓ କୋଲକତାରେ ନାହିଁନଥିବା କ୍ଷୟକ୍ଷତି କରିଛି ।

ତେବେ ଅମ୍ପନ ୨୦୨୦ର ସବୁଠାରୁ ଶକ୍ତିଶାଳୀ ବାତ୍ୟା ନଥିଲା । ଏବର୍ଷର ସବୁଠାରୁ ଶକ୍ତିଶାଳୀ  ବାତ୍ୟା ଥିଲା ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ହୋଇଥିବା  ସାମୁଦ୍ରିକ ବାତ୍ୟା ହାରୋଲ୍ଡ । ଗତ ଏପ୍ରିଲ ୧ରେ ଏହା ଏକ ଲଘୁଚାପଭାବେ  ସୃଷ୍ଟି ହେବା ପରେ ଏପ୍ରିଲ ୪ ବେଳକୁ ଅତି ଶକ୍ତିଶାଳୀ ହୋଇ ଏକ ୫-ଶ୍ରେଣୀର ବାତ୍ୟା (କ୍ୟାଟେଗୋରୀ -୫)ରେ ପରିଣତ ହୋଇଥିଲା ଓ ଏପ୍ରିଲ ୬ରେ ଏସପିରିଟୁ ସାଣ୍ଡୋ ଦ୍ବୀପରେ ସ୍ଥଳଭାଗ ଛୁଇଁଥିଲା । ଏହି ମହାବାତ୍ୟା ପ୍ରଭାବରେ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଥିବା ସୋଲୋମୋନ, ଫିଜି, ବାନୁତୁ ଆଦି ଦ୍ବୀପରେ ନାହିଁ ନଥିବା କ୍ଷୟକ୍ଷତି କରିଥିଲା । ତେବେ ଏସବୁ ଅଞ୍ଚଳରେ ଲୋକସଂଖ୍ୟା କମ ଥିବାରୁ ମୃତାହତ ସଂଖ୍ୟା କମ ରହିଥିଲା ।

ସମ୍ବନ୍ଧିତ ଖବର