ଅମରନାଥ ମନ୍ଦିରରେ ମନ୍ତ୍ର ଉଚ୍ଚାରଣ ବନ୍ଦ ହେବ

ନୂଆଦିଲ୍ଲୀ: ଧର୍ମପୀଠ ଅମରନାଥ ମନ୍ଦିରରେ ମନ୍ତ୍ର ଉଚ୍ଚାରଣ କି ଘଣ୍ଟି ବାଦନ ହୋଇପାରିବନି ବୋଲି ଏନଜିଟି (ଜାତୀୟ ଗ୍ରୀନ ଟ୍ର୍ରିବ୍ୟୁନାଲ ଆଜି କଟକଣା ଲଗାଇଛନ୍ତି। ସମୁଦ୍ର ପତ୍ତନଠାରୁ ୩,୮୮୮ ମିଟର ଉଚ୍ଚତାରେ ଅବସ୍ଥିତ ଏହିି ମନ୍ଦିରଟି ଜମ୍ମୁ କଶ୍ମୀରରେ ଅବସ୍ଥିତ। ଆଜି ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ସ୍ୱତନ୍ତ୍ର କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ମନ୍ଦିରରେ ମନ୍ତ୍ର ଉଚ୍ଚାରଣ ହୋଇପାରିବନି କିମ୍ବା ଘଣ୍ଟି ବାଦନ ହୋଇପାରିବନି ବୋଲି ନିର୍ଦ୍ଦେଶ ଦେଇ ଅମରନାଥ ପରିଚାଳନା ବୋର୍ଡକୁ ଏହା ତୁରନ୍ତ କାର୍ଯ୍ୟକାରୀ କରିବାପାଇଁ କହିଛନ୍ତି। ଏହାବାଦ୍‌ ଶେଷ ଚେକ୍‌ପୋଷ୍ଟ ନିକଟରେ ସମସ୍ତ ତୀର୍ଥଯାତ୍ରୀମାନେ ସେମାନଙ୍କ ମୋବାଇଲ ଫୋନ୍‌ ଏବଂ ସମସ୍ତ ଆବଶ୍ୟକ ଜିନିଷ ପୈଠ କରିବେ ଏବଂ ଶେଷ ଚେକ୍‌ପୋଷ୍ଟ୍‍ରୁ ମନ୍ଦିର ପର୍ଯ୍ୟନ୍ତ ଗୋଟିଏ ଧାଡ଼ିରେ ଯିବେ ବୋଲି ଏନଜିଟି କହିଛନ୍ତି। ଏହାବାଦ୍‌ ସୁପ୍ରିମକୋର୍ଟର ୨୦୧୨ ନିର୍ଦ୍ଦେଶାବଳୀ ଅନୁଯାୟୀ ତୀର୍ଥଯାତ୍ରା ସମୟରେ ଦୁର୍ଘଟଣା ଏଡ଼ାଇବାପାଇଁ ଅମରନାଥ ବୋର୍ଡ ନିର୍ମାଣ କାର୍ଯ୍ୟରେ ଯଥେଷ୍ଟ ଉନ୍ନତି ଆଣିଛନ୍ତି କି ନାହିଁ ସେ ବାବଦରେ ସ୍ଥିତି ସ୍ପଷ୍ଟ କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର