କଂଗ୍ରେସ ଛାଡ଼ିଲେ କ୍ୟାପଟେନ ଅମରିନ୍ଦର ସିଂ, ଗଢିଲେ ନୂଆ ଦଳ ‘ପଞ୍ଜାବ ଲୋକ କଂଗ୍ରେସ’

ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଏହା ସହିତ ସେ ଏକ ନୂଆ ଦଳ ଗଢିବାକୁ ଘୋଷଣା କରିଛନ୍ତି । ଏହି ଦଳର ନାଁ ରଖାଯାଇଛି ‘ପଞ୍ଜାବ ଲୋକ କଂଗ୍ରେସ’ । ଦଳର ପଂଜୀକରଣ ନିର୍ବାଚନ ଆୟୋଗଙ୍କ ମଂଜୁରୀ ଅପେକ୍ଷାରେ ରହିଛି । ଏହା ପରେ ସେ ଦଳର ସଂକେତକୁ ଆୟୋଗର ମଂଜୁରୀ ମିଳିବ ।

 

ଆଜି ସେ ନିଜର ଇସ୍ତଫାପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଦେଇଛନ୍ତି । ନିଜ ଇସ୍ତଫା ପତ୍ରରେ ସେ ଦଳ ଛାଡ଼ିବାର କାରଣ ମଧ୍ୟ ଦର୍ଶାଇଛନ୍ତି ।

ଗତ ମାସରେ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ସହିତ ଦଳ ଛାଡ଼ି ଏକ ନୂଆ ଦଳ ଗଠନ କରିବା ସଂପର୍କରେ ସେ ସଂକେତ ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ  କଂଗ୍ରେସ ପକ୍ଷରୁ ଚରନଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।

 

ସମ୍ବନ୍ଧିତ ଖବର