ଚଣ୍ଡିଗଡ଼ : ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳର ବୈଠକର କିଛି ସମୟ ପୂର୍ବରୁ ସେ ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ଭେଟି ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ସେ ଅପମାନିତ ଅନୁଭବ କରିବା ପରେ ଇସ୍ତଫା ଦେଇଛନ୍ତି । ନିଜ ସମର୍ଥକମାନଙ୍କ ସହ ଆଲୋଚନା ପରେ ସେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବେ ।

Advertisment

ସେ କହିଛନ୍ତି ଯେ ତାଙ୍କ ଅଗୋଚରରେ  ଗତ ୨ ମାସରେ ୩ ଥର କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି । ଏହା ଦ୍ବାରା ସେ ଅପମାନିତ ଅନୁଭବ କରୁଛନ୍ତି ।

publive-image

କ୍ୟାପଟେନ ଅମରିନ୍ଦରଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସରେ ବିବାଦ ଆହୁରି ତୀବ୍ର ହେବାର ଆଶଙ୍କା ଦେଖାଦେଇଛି । ଆଜି ଅପରାହ୍ଣ ୫ଟା ବେଳେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଥିବାବେଳେ ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦିଆଯାଇନଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଇସ୍ତଫା ପାଇଁ ନିଷ୍ପତ୍ତି ନେଇଥିଲେ ।

କଂଗ୍ରେସ ବିଧାୟକ ଦଳ ବୈଠକରେ ନବଜ୍ୟୋତ ସିଂ ସିଦ୍ଧୁଙ୍କ ଶିବିର ପକ୍ଷରୁ ଜଣେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ପାଇଁ ଦାବି କରିପାରନ୍ତି । ସିଦ୍ଧୁଙ୍କ ପଛରେ ଗାନ୍ଧି ପରିବାରର ସମର୍ଥନ ଥିବାରୁ ତାଙ୍କ ଦାବିକୁ ଗ୍ରହଣ କରାଯିବାର ସମ୍ଭାବନା ରହିଛି ।

ଅମରିନ୍ଦରଙ୍କ ପଛରେ କିଛି ୪ ମନ୍ତ୍ରୀ ଓ ୧୧ ବିଧାୟକଙ୍କ ସମର୍ଥନ ଥିବା କୁହାଯାଉଛି । ତେବେ ଏହି ମନ୍ତ୍ରୀ ଓ ବିଧାୟକମାନେ କଂଗ୍ରେସ ବିଧାୟକ ଦଳ ବୈଠକରେ ଯୋଗ ଦେଉଛନ୍ତି କି ନା ତାହା ଉପରେ ସମସ୍ତଙ୍କ ନଜର ରହିଛି ।