ଅମୃତପାଲ ଏବେ ବି ଫେରାର ରହିଛି : ପଞ୍ଜାବ ପୁଲିସ୍

ଅମୃତସର : ଖଲିସ୍ଥାନ ନେତା ଅମୃତପାଲ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମାମଲାରେ ଏକ ବଡ଼ ଅପଡେଟ ଆସିଛି । ପଞ୍ଜାବ ପୁଲିସ କହିଛି ଯେ ସେ ଏବେ ବି ଫେରାର ରହିଛି ଓ ତାକୁ ଗିରଫ କରିବାକୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।ଏହି ଅପରେସନ ରେ ଏପର୍ଯ୍ୟନ୍ତ ମୋଟ ୭୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନେକ ଲୋକଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଛି ।

ଏହା ପୂର୍ବରୁ ସାରା ଦେଶର ଗଣମାଧ୍ୟମରେ ରିପୋର୍ଟ ଆସିଥିଲା ଯେ ଅମୃତପାଲକୁ ଗିରଫ କରାଯାଇଛି ।

ପଞ୍ଜାବ ପୁଲିସର ଜଣେ ମୁଖପାତ୍ର କହିଛନ୍ତି ଯେ ଶନିବାର ଅପରାହ୍ନରେ ଜଳନ୍ଧର ଜିଲ୍ଲାର ଶାହକୋଟ-ମାଲସିଆନ୍ ରାସ୍ତାରେ ‘ଓ୍ଵାରିସ୍ ପଞ୍ଜାବ ଦେ’ (ଡବ୍ଲ୍ୟୁପିଡି) କର୍ମୀଙ୍କ ଅନେକ କାର୍ଯ୍ୟକଳାପକୁ ପୁଲିସ ଅଟକାଇଥିଲା ଏବଂ ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ କରାଯାଇଥିଲା। ଅମୃତପାଲ ସିଂହଙ୍କ ସମେତ ଆହୁରି ଅନେକ ଫେରାର ଅଛନ୍ତି, ଯେଉଁମାନଙ୍କୁ ଧରିବା ପାଇଁ ବ୍ୟାପକ ଚଢ଼ାଉ କରାଯାଉଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର