ନୂଆଦିଲ୍ଲୀ: ବୈଷୟିକ ତ୍ରୁଟି ଯୋଗୁଁ ଆଜି ସକାଳେ ଦିଲ୍ଲୀସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅମୃତସର ଅଭିମୁଖେ ଯାଉଥିବା ଗୋଟାଏ ଭିସ୍ତାରା ବିମାନ ଜରୁରୀ ଅବତରଣ କରିଛି।
ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ବେଳେ ଉକ୍ତ ବିମାନରେ ୧୪୬ଜଣ ଯାତ୍ରୀ ଥିଲେ। ବିମାନଟି ଉପରକୁ ଉଠିଯିବା ପରେ ପାଇଲଟ୍ ଯାନ୍ତ୍ରିକ ତ୍ରୁଟି ଥିବା କଥା ଜାଣିପାରିଲେ। ଏହାପରେ ତୁରନ୍ତ ସେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ସହ ଯୋଗାଯୋଗ କରିଥିଲେ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଆଜି ସକାଳ ୧୦:୧୫ ସମୟରେ ସେମାନେ ଜରୁରୀକାଳୀନ ଅବତରଣ ସଂକ୍ରାନ୍ତ କଲ୍ ପାଇଥିଲେ।
Image Courtesy of India Todayପରେ ଘରୋଇ ବିମାନ ଲାଗି ଉଦ୍ଦିଷ୍ଟ ଟର୍ମିନାଲ୍ ନମ୍ବର ୨ର ୨୮ ନମ୍ବର ରନ୍ୱେରେ ଜରୁରୀକାଳୀନ ଅବତରଣ ହେବ ବୋଲି ଘୋଷଣା କରାଯାଇଥିଲା। ତୁରନ୍ତ, ପୁଲିସ ଟିମ୍ ଓ ଦମକଳ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଯାଇଥିଲା।
ଦମକଳ ବିଭାଗର କର୍ମଚାରୀମାନେ କହିଛନ୍ତି ଯେ, ଜରୁରୀ ଅବତରଣ ସଂକ୍ରାନ୍ତ ସୂଚନା ପାଇଁ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ୬ଟି ଦମକଳ ପଠାଯାଇଥିଲା।
ବିମାନଟି ନିରାପଦରେ ଅବତରଣ କରିବାରୁ କେହି କୌଣସି ପ୍ରକାରର ଆଘାତ ପାଇ ନ ଥିଲେ ବୋଲି ସେମାନେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Vistara-Flight-Emergency-Landing_Thumbnail.jpg)