ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ଉତ୍ତେଜନା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗୁରୁବାର ରାତିରେ ପାକିସ୍ତାନ ଭାରତର ବିଭିନ୍ନ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଥିଲା।
ସୂଚନା ଅନୁଯାୟୀ, ପାକିସ୍ତାନ ଭାରତ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଭାରତୀୟ ସେନା ବାୟୁ ପ୍ରତିରକ୍ଷା ସହାୟତାରେ ପାକିସ୍ତାନର ସମସ୍ତ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି।
ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ଅମୃତସରର ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।
ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ, ଅମୃତସରର ଡିପିଆରଓ ସାଧାରଣ ଜନତାଙ୍କୁ ନିବେଦନ କରି କହିଛନ୍ତି - "ସମସ୍ତ ନାଗରିକଙ୍କୁ ଅନୁରୋଧ କରାଯାଉଛି ଯେ ସେମାନେ ଘର ଭିତରେ ରୁହନ୍ତୁ ଏବଂ ଝରକା ଠାରୁ ଦୂରରେ ରୁହନ୍ତୁ ଏବଂ ଲାଇଟ୍ ବନ୍ଦ କରି ଝରକାର ପରଦା ଟାଣନ୍ତୁ। ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଆମର ସଶସ୍ତ୍ର ବାହିନୀ ନିଜ କର୍ତ୍ତବ୍ୟପଥରେ ଆଗେଇ ଚାଲିଛନ୍ତି। ଆମେ ଘରେ ରହି ସେମାନଙ୍କୁ ସମର୍ଥନ କରିବା। ପରିସ୍ଥିତି ସାମାନ୍ୟ ହେଲେ ଆମେ ଆପଣଙ୍କୁ ବାର୍ତ୍ତା ନିଶ୍ଚିୟ ଦେବୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/09/Qe3D1TSUjldAgiOJMpat.jpg)