ଅମୃତସର ଟ୍ରେନ୍‌ ଦୁର୍ଘଟଣା ପରେ, ଲୋକୋପାଇଲଟ କଲା ଆତ୍ମହତ୍ୟା ! ଜାଣନ୍ତୁ ଏହି ଘଟଣା ପଛର ସତ୍ୟତା

ଚଣ୍ଡିଗଡ଼: ପଞ୍ଜାବର ଅମୃତସର ନିକଟରେ ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ୬୦ରୁ ଊର୍ଧ୍ୱ ଲୋକଙ୍କ ଜୀବନ ଆଖି ପିଛୁଳାକେ ଚାଲି ଯାଇଥିଲା। ତେବେ ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ବ୍ରିଜରେ ଫାଶୀ ଦେଇଥିବା ଜଣେ ବ୍ୟକ୍ତି ଏକ ଫଟୋ ଖୁବ୍‌ ଭାଇରାଲ ହେବା ସହିତ ସେୟାର ହେବାରେ ଲାଗିଛି। ଏହି ଫଟୋକୁ ନେଇ ଦାବି କରାଯାଉଛି କି, ଅମୃତସର ଟ୍ରେନ୍‌ ଦୁର୍ଘଟଣା ପରେ ଡିଏମ୍‌ୟୁର ଲୋକୋପାଇଲଟ ଅରବିନ୍ଦ କୁମାର ଆତ୍ମହତ୍ୟା କରି ଦେଇଛନ୍ତି। ସର୍ବପ୍ରଥମେ ଯେଉଁ ଆକାଉଣ୍ଟରୁ ଏହି ଭିଡିଓ ଓ ଫଟୋ ପୋଷ୍ଟ ହୋଇଥିଲା ତାହା ଡିଲିଟ ହୋଇ ଯାଇଛି।

ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଗୋଲାପି ରଙ୍ଗର ଟି-ସାର୍ଟ ପିନ୍ଧି ଏକ ଦୌଡ଼ିରେ ବ୍ରିଜ ତଳେ ଝୁଲୁଥିବାର ଦେଖିବାକୁ ମିଳୁଛି ଓ ପୁଲିସ ବି ଘଟଣାସ୍ଥଳରେ ଉପସ୍ଥିତ ରହିଛି। ତେବେ ଏହି ଘଟଣାର ପ୍ରକୃତ ସତ୍ୟତା ହେଉଛି, ଡିଏମ୍‌ୟୁର ଲୋକୋପାଇଲଟ ଆତ୍ମହତ୍ୟା କରି ନାହାନ୍ତି। ସେ ସମ୍ପ୍ରତି ରେଳବାଇର ହେପାଜତରେ ରହିଛନ୍ତି, ସେଠାରେ ରେଳ ଦୁର୍ଘଟଣାକୁ ନେଇ ଯାଞ୍ଚ ଚାଲିଛି।

ଏପଟେ ଅମୃତସର ରେଲେଓ୍ଵ ଷ୍ଟେସନ୍‌ ଡାଇରେକ୍ଟର ଅମୃତ ସିଂହ ବି ଡିଏମ୍‌ୟୁର ଲୋକୋପାଇଲଟ ଆତ୍ମହତ୍ୟା କରି ନଥିବା ସ୍ପଷ୍ଟ କରି ଦେଇଛନ୍ତି। ତେଣୁ ଏହି ଖବର ମିଥ୍ୟା ଅଟେ। ଡିଏମ୍‌ୟୁର ଲୋକୋପାଇଲଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି ବୋଲି କହିଛନ୍ତି। ତେବେ ଭାଇରାଲ ହୋଇଥିବା ଫଟୋ ଓ ଭିଡିଓରେ ଯେଉଁ ବ୍ୟକ୍ତି ନଜର ଆସୁଛନ୍ତି ତାହାର ପରିଚିୟ ମିଳି ପାରି ନାହିଁ।

ସମ୍ବନ୍ଧିତ ଖବର