ସ୍ୱର୍ଣ୍ଣ ମନ୍ଦିର ପରିସରରେ ଟିକ୍‌ଟକ୍‌ ମନା

ଅମୃତସର: ପଞ୍ଜାର ଅମୃତସରସ୍ଥିତ ସ୍ୱର୍ଣ୍ଣ ମନ୍ଦିରରେ ଟିକଟକ୍‌ ବ୍ୟାନ୍‌ ହୋଇଛି । ଏହି ଲୋକପ୍ରିୟ ଆପ୍‌କୁ ମନ୍ଦିର ଭିତରେ ବ୍ୟବହାର ନ କରିବା ପାଇଁ ଶନିବାର ନୋଟିସ୍‌ ଜାରି କରାଯାଇଛି । ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଶ୍ରୀହରମିନ୍ଦର ସାହିବ୍‌ (ସ୍ୱର୍ଣ୍ଣ ମନ୍ଦିର) ପରିସର ଭିତରେ ଟିକଟକ୍‌ ଉପରେ ରୋକ ଲଗାଯାଇଛି। ଶ୍ରୀହରମିନ୍ଦର ସାହିବ୍‌ର ମ୍ୟାନେଜର୍‌ ଜସବିନ୍ଦର୍‌ ସିଂହ କହିଛନ୍ତି , ଆମେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅପିଲ୍‌ କରି କହୁଛୁ ଯେ ଏମିତି ପୂଜାସ୍ଥଳରେ ଏଭଳି ବ୍ୟବହାର ପ୍ରଦର୍ଶନ କରନ୍ତୁ ନାହିଁ ।

Image result for amritsar-notices-put-up-in-golden-temple-readingtiktok-is-prohibited-here
Republic World

ଶୁକ୍ରବାର ସ୍ବର୍ଣ୍ଣମନ୍ଦିରର ପରିଚାଳନାରେ ଥିବା ଜ୍ଞାନୀ ହରପ୍ରୀତ ସିଂହ କହିଛନ୍ତି, ଶ୍ରଦ୍ଧାଳୁ ଯଦି ମନ୍ଦିର ପରିସରରେ ସେଲ୍‌ଫି କିମ୍ବା ଟିକଟକ୍‌ ଭଳି ଭିଡିଓ ପ୍ରସ୍ତୁତ କରିବାରୁ ନିବୃତ ନ ହୁଅନ୍ତି ତେବେ ମୋବାଇଲ୍‌କୁ ହିଁ ମନ୍ଦିରରେ ବ୍ୟାନ୍‌ କରାଯିବ । ସେ କହିଛନ୍ତି , ଆମେ ଚାହୁଁଛୁ ଯେ ଶ୍ରଦ୍ଧାଳୁ ବିନା କୌଣସି ବାଧାରେ ସ୍ୱର୍ଣ୍ଣ ମନ୍ଦିର ପରିଦର୍ଶନ କରନ୍ତୁ । ଆମେ ମୋବାଇଲ୍‌କୁ ନେଇ କୌଣସି ପ୍ରତିବନ୍ଧ ଲଗାଇବାକୁ ଚାହୁଁନାହୁଁ । କିନ୍ତୁ ବର୍ତ୍ତମାନ ଯେଭଳି ଟିକଟକ୍‌ ଭିଡିଓ ଭଳି ଘଟଣା ସାମ୍ନାକୁ ଆସୁଛି ଆଗକୁ ଯଦି ଏଥିରେ କୌଣସି ସୁଧାର ନ ଦେଖାଗଲା ତେବେ ମନ୍ଦିରରେ ମୋବାଇଲ୍‌କୁ ବ୍ୟାନ୍‌ କରିବାକୁ ଆମେ ବାଧ୍ୟ ହେବୁ ।

ଆପଣଙ୍କୁ କହିରଖୁଛୁ ସ୍ୱର୍ଣ୍ଣ ମନ୍ଦିରରେ ୩ ଜଣ ଯୁବତୀଙ୍କ ପଞ୍ଜାବୀ ଗୀତର ଟିକଟକ୍‌ ଭିଡିଓ ଭାଇରାଲ୍‌ ହେବା ପରେ ଏହି ମନ୍ଦିର ପରିଚାଳନା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର