ଅମୃତସର: ପଞ୍ଜାବରେ ଅମୃତସରରେ ଘଟିଥିବା ଟ୍ରେନ୍ ଦୁର୍ଘଟଣା ନେଇ ଲୋକୋ ପାଇଲଟ୍ (ଟ୍ରେନ୍ ଚାଳକ) ଯେଉଁ ବୟାନ ଦେଇଛନ୍ତି ତାହା ‘ମିଛ’ ବୋଲି ଅଭିଯୋଗ କରିଛନ୍ତି ଜଣେ ପ୍ରତ୍ୟକ୍ଷଦର୍ଶୀ। ସେ କହିଛନ୍ତି,‘ଟ୍ରେନ୍ ଚାଳକ ତାଙ୍କ ବୟାନରେ ଲେଖିଛନ୍ତି ଯେ ରେଳ ଧାରଣା ଉପରେ ଲୋକଙ୍କୁ ଦେଖି ସେ ଜରୁରୀକାଳୀନ ବ୍ରେକ୍ ଦେଇଥିଲେ। ମାତ୍ର ଏହି ବୟାନ ସଂପୂର୍ଣ୍ଣ ମିଥ୍ୟା। ଟ୍ରେନ୍ର ଗତି ଧୀର ହୋଇନାହିଁ। ବରଂ ଟ୍ରେନ୍ ସମାନ ଗତିରେ ଲୋକଙ୍କ ଉପରେ ଚଢି ଚାଲିଯିବା ଆମେ ଦେଖିଛୁ।’
ଘଟଣାର ପ୍ରତ୍ୟକ୍ଷଦର୍ଶୀ ମୁନିସ୍ପାଲ କର୍ପୋରେଟର୍ ଶୈଳେନ୍ଦ୍ର ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଟ୍ରେନ୍ ଉପରକୁ ଉତ୍ତ୍ୟକ୍ତ ଲୋକ ପଥର ଫୋପାଡ଼ିବା ଆରମ୍ଭ କରିଥିଲେ। ଏହା ମଧ୍ୟ ଏକ ସ୍ୱାଭାବିକ ପ୍ରତିକ୍ରିୟା ଥିଲା। ଏଣୁ ଡ୍ରାଇଭର୍ ଜଣକ ଭୟରେ ଟ୍ରେନର ଗତି ନ କମାଇ ପଳାଇ ଯାଇଥିବା ମନେ ହେଉଛି। ଟ୍ରେନ୍କୁ ଦେଖି ଲାଗୁଥିଲା, ସତେ ଯେମିତି ଡ୍ରାଇଭର ଲୋକଙ୍କ ଉପରେ ଚଢାଇ ଚାଲିଯିବା ନିଷ୍ପତ୍ତି ନେଇଥିଲେ।
ଅନ୍ୟପକ୍ଷରେ ଟ୍ରେନ୍ ଚାଳକ ତାଙ୍କ ବୟାନରେ କହିଛନ୍ତି ଯେ, ସେ ବ୍ରେକ୍ ଦେବା ପରେ ଟ୍ରେନ୍ର ଗତି ମନ୍ଥର ହୋଇଥିଲା ଏବଂ ଟ୍ରେନ୍ ଅଟକିଯିବାକୁ ଯାଉଥିବା ବେଳେ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ଫଳରେ ସେ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନକୁ ଅମୃତସର ଆଡକୁ ନେଇଯାଇଥିଲେ।
ତେବେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଟ୍ରେନ୍ର ଗତି ଆଦୌ ମନ୍ଥର ହୋଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Amritsar-Train-Tragedy_Pilot-Lieying_Thumbnail.jpg)