କାବୁଲ: ତାଲିବାନ ସହ ଲଢ଼ି ହାରିଗଲେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ଭାଇ। ପଞ୍ଜଶୀର ଉପତ୍ୟକାରେ ତାଲିବାନ ସହ ଲଢ଼ୁଥିବା ଅମରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ହତ୍ୟା କରିଛି ତାଲିବାନ। ତାଲିବାନ ଆଫଗାନିସ୍ତାନର ଅନେକ ପ୍ରଦେଶକୁ ଦଖଲକୁ ନେଇଥିଲେ ବି ଏପର୍ଯ୍ୟନ୍ତ ପଞ୍ଜଶୀରକୁ ସମ୍ପୂର୍ଣ୍ଣ ଦଖଲ କରିପାରିନାହିଁ। ଏବେ ବି ୬୦ପ୍ରତିଶତ ପଞ୍ଜଶୀରକୁ ଅକ୍ତିଆର କରି ରଖିଛନ୍ତି ଅହମ୍ମଦ ମାସୁଦଙ୍କ ନେତୃତ୍ବଧୀନ ପଞ୍ଜଶୀର ରେଜିଷ୍ଟାନ୍ସ ଫୋର୍ସ।
ତେବେ ତାଲିବାନ କାମଚଳା ସରକାର ଗଠନ କରିଥିଲେ ମଧ୍ୟ ପଞ୍ଜଶୀରରେ ଏବେ ବି ତାଲିବାନକୁ କଡ୍ଡା ଟକ୍କର ଦେଉଛି ରେଜିଷ୍ଟାନ୍ସ ଫୋର୍ସ। ଏହି ଲଢ଼େଇରେ କିଛି ଦିନ ତଳେ ‘ଆଫଗାନିସ୍ତାନ ରୋଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ମୁଖପାତ୍ର ଫହୀମ ଦସ୍ତୀ ନିହତ ହୋଇଥିଲେ। ପାକିସ୍ତାନ କରିଥିବା ଡ୍ରୋନ ଆକ୍ରମଣରେ ତାଙ୍କର ଜୀବନ ଯାଇଥିଲା। ଆଉ ଏବେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜ ଭାଇଙ୍କୁ ହରାଇଛନ୍ତି।
www.indiatoday.inତାଲିବାନମାନେ ପ୍ରଥମେ ନିର୍ଯାତନା ଦେବା ପରେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/t-92.jpg)