ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ଆତ୍ମହତ୍ୟାଜନିତ ବୋଲି ଏମ୍ସ ଦେଇଥିବା ରିପୋର୍ଟକୁ ତାଙ୍କ ଓକିଲ ବିକାଶ ସିଂହ ନିର୍ଣ୍ଣାୟକ ନୁହେଁ ବୋଲି କହିଥିବା ବେଳେ ତାଙ୍କ ପରିବାର ଏହାକୁ ଏକ ହାସ୍ୟାସ୍ପଦ ସିଦ୍ଧାନ୍ତର ଆଖ୍ୟା ଦେଇଛନ୍ତି। ଏପରିକି ତାଙ୍କ ପରିବାରର ଟ୍ବିଟର ହ୍ୟାଣ୍ଡଲ୍ରେ ସେମାନେ ସୁଶାନ୍ତଙ୍କର ଏକ ଭିଡିଓ ଛାଡ଼ିଛନ୍ତି ଯେଉଁଥିରୁ ସେ ଜଣେ କଠିନ ପରିଶ୍ରମୀ ବୋଲି ଜଣା ପଡୁଛନ୍ତି। ତେବେ ସେଥିରେ 'ନିଜକୁ ମାରିବା ପାଇଁ ଏତେ ପରିଶ୍ରମ କରନାହିଁ, ଏମ୍ସର ହାସ୍ୟାସ୍ପଦ ସିଦ୍ଧାନ୍ତ ପରା ତାହା କରୁଛି' ପରି ରହିଥିବା ରୋଚକ ଶୀର୍ଷକ ହିଁ ଏମ୍ସ ରିପୋର୍ଟ ଉପରେ ପରିବାର ଲୋକଙ୍କ ଆଦୌ ଭରସା ନଥିବା ସ୍ପଷ୍ଟ ହୋଇଛି। ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ସମସ୍ତଙ୍କୁ ଚୂଡ଼ାନ୍ତ ନ୍ୟାୟ ଆସିଲା ଯାଏ ଧୈର୍ଯ୍ୟ ଧରି ଦୃଢ଼ ରହିବାକୁ ଅନୁରୋଧ କରିଛନ୍ତି।
ଏମ୍ସ ରିପୋର୍ଟ ହାସ୍ୟାସ୍ପଦ: ସୁଶାନ୍ତଙ୍କ ପରିବାର
/sambad/media/post_attachments/wp-content/uploads/2020/09/sushant-singh-rajput-10_1_1200x768-750x430-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)