ଅଲିଗଡ ମୁସଲିମ୍‌ ବିଶ୍ୱବିଦ୍ୟାଳୟରେ ରିପବ୍ଲିକ୍‌ ଚାନେଲର ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ

ଅଲିଗଡ଼: ମୁସଲିମ୍‌ ବିଶ୍ୱବିଦ୍ୟାଳୟ ରିପବ୍ଲିକ୍‌ ଚାନେଲର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଅଶାଳୀନ ଆଚରଣ କରିବା ସହିତ ସେମାନଙ୍କୁ ମାରପିଟ କରିଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଛାତ୍ରମାନଙ୍କ ଅଭିଯୋଗ ଯେ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟ ପରିସରରେ ସୁଟିଂ କରିଥିଲେ ଏବଂ ବିଶ୍ୱ ବିଦ୍ୟାଳୟ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ବି ଦେଇଥିଲେ। ଏହାପରେ ପୁଲିସ ନିକଟରେ ଦୁଇଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଥିଲା।

ରିପବ୍ଲିକ୍‌ ଟିଭିର ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ ରିପୋର୍ଟିଂ ସମୟରେ ସେମାନଙ୍କ ସହିତ ଅଭଦ୍ର ଆଚରଣ କରାଯାଇଥିଲା। ଆଲିଗଡ଼ର ଜିଲ୍ଲାପାଳ ସିଏମ୍‌ ସିଂହ କହିଛନ୍ତି ଯେ,ଏହା ହେଉଛି ବିଶ୍ୱ ବିଦ୍ୟାଳୟର ବ୍ୟକ୍ତିଗତ ମାମଲା । ବିଶ୍ୱ ବିଦ୍ୟାଳୟ ପ୍ରଶାସନ ଏହି ମାମଲାର ତଦନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କ ବିରୋଧରେ ଆଇ ପି ସିର ନିର୍ଦ୍ଦିଷ୍ଟ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି ବିଶ୍ୱ ବିଦ୍ୟାଳୟରେ ଅନେକ ସମୟରେ ବିବାଦ ଭିତରକୁ ଆସିଛି। ଏଠାରେ ସୂଚନାଯୋଗ୍ୟ ଯେ ଜଣାଶୁଣା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଦ୍ୱାରା ପରିଚାଳିତ ହେଉଛି ଏହି ରିପବ୍ଲିକ୍‌ ଚାନେଲ୍‌।

ସମ୍ବନ୍ଧିତ ଖବର