ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ଏଭଳି ଭାବରେ ସମ୍ମାନ ଜଣାଇଲା ଅମୁଲ, ଟ୍ରେଣ୍ଡ ପାଲଟିବାରେ ଲାଗିଛି ବୀର ପାଇଲଟଙ୍କ ନିଶ

ନୂଆଦିଲ୍ଲୀ : ଭାରତର ବୀର ପୁତ୍ର ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଭାରତ ଫେରିବା ପରେ ସମସ୍ତଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଛି । ଦୀର୍ଘ ୬୦ଘଣ୍ଟା କାଳ ପାକ୍‌ ସେନାର କବ୍‌ଜାରେ ରହିବା ପରେ ସେ ଭାରତ ଫେରିଥିଲେ । ଦୁଇ ଦେଶ ମଧ୍ୟରେ ଅନେକ ତର୍କ ବିତର୍କ ହେବା ପରେ ଶୁକ୍ରବାର ତାଙ୍କୁ ପାକିସ୍ତାନ ଭାରତକୁ ହସ୍ତାନ୍ତର କରିଥିଲା । ତେବେ ଅଭିନନ୍ଦନ ଏବେ ନିଜ ପରାକ୍ରମ ପାଇଁ ଚର୍ଚ୍ଚାରେ ରହିବା ସହ ନିଜ ‘ନିଶ’ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ନିଶ ଏବେ ଦେଶରେ ଟ୍ରେଣ୍ଡ ହେବାରେ ଲାଗିଛି ।

ଦେଶର ସବୁଠାରୁ ବଡ଼ ଦୁଗ୍ଧଜାତ ସାଭଗ୍ରୀ ଉତ୍ପାଦନକାରୀ କମ୍ପାନି ଅମୁଲ ମଧ୍ୟ ଅଭିନନ୍ଦନଙ୍କ ନିଶ ପ୍ରତି ଖୁବ୍‌ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ଶୁକ୍ରବାର ଅଭିନନ୍ଦନ ଫେରିବା ପରେ ତାଙ୍କ ନିଶକୁ ନେଇ ଅମୁଲ ଏକ ବିଜ୍ଞାପନ ପ୍ରସ୍ତୁତ କରିଛି । ତାଙ୍କ ନିଶକୁ ସମ୍ମାନ  ଦେବା ପାଇଁ ଏପରି କରାଯାଇଥିବା ଜଣା ପଡ଼ିଛି । ଏହି ବିଜ୍ଞାପନର ଭିଡିଓଟି ସୋସିଆଲ ମିଡିଆକୁ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି । ଅମୁଲ ପ୍ରସ୍ତୁତ କରିଥିବା ବିଜ୍ଞାପନରେ ଅଭିନନ୍ଦନଙ୍କ ନିଶର ଚାହିଦା ଏବେ କେତେ ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ସମ୍ବନ୍ଧିତ ଖବର