‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେଇଥିବା ଅମୂଲ୍ୟା, ଏଭଳି କାହିଁକି କହିଲେ ତା’ର ଖୁଲାସା କରିଛି ଭିଡିଓ

ବେଙ୍ଗାଲୁରୁ: ଗତ ଗୁରୁବାର ବେଙ୍ଗାଲୁରୁରେ ଆୟୋଜିତ ଏକ ସିଏଏ ବି‌ରୋଧୀ ରାଲିରେ ଅମୂଲ୍ୟା ଲିୟୋନ୍ ନାମ୍ନୀ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେଇଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ହେଲେ ସେ ଏଭଳି କାହିଁକି କହିଲେ ତା’ର ଖୁଲାସା କରିଛି ଏକ ଭିଡିଓ।

ଏହି ଭିଡିଓରେ ଅମୂଲ୍ୟା କହିଛନ୍ତି, ‘ମୁଁ ଯେଉଁ କାମ କରିଛି, ମୁଁ ଏହା କରିନାହିଁ । ମୁଁ କେବଳ ଏହାର ମୁହଁ ହୋଇଛି । କିନ୍ତୁ ମୋ ପଛରେ ବହୁତ ଲୋକଙ୍କର ଏକ ପରାମର୍ଶଦାତା କମିଟି କାମ କରୁଛି ଏବଂ ସେମାନେ ଯାହା ପରାମର୍ଶ ଦେବେ,ତାହା ମୋତେ କହିବାର ଅଛି । ଏଥିପାଇଁ ଏକ କଣ୍ଟେଣ୍ଟ୍ ଟିମ୍ କାମ କରୁଛି । ବହୁ ବରିଷ୍ଠ ଆନ୍ଦୋଳନକାରୀ କାମ କରୁଛନ୍ତି । ମୋର ବାପା, ମା’ କହୁନ୍ତି ଏମତି କହିବୁ, ଏମିତି କରିବୁ । ଏଇଠାକୁ ଯିବୁ । ଏକ ବଡ଼ ଛାତ୍ର ଗୋଷ୍ଠୀ-ବେଙ୍ଗାଲୁରୁ ଷ୍ଟୁଡେଣ୍ଟ ଆଲାୟନ୍ସ ଏହି ବିରୋଧ ପାଇଁ କାମ କରୁଛି । ମୁଁ କେବଳ ସେମାନଙ୍କର ମୁହଁ ହୋଇଛି । କିନ୍ତୁ ଏଥିପାଇଁ ଛାତ୍ରଗୋଷ୍ଠୀ ବହୁ କାମ କରୁଛି ।’
‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍‌ ଦେବା ଆଗରୁ ଏହି ଭିଡିଓଟି ପ୍ରସ୍ତୁତ କରାଯାଇଥିବା କୁହାଯାଉଛି।

NBT
image source-navbharattimes

ସୂଚନାଯୋଗ୍ୟ, କିଛି ବ୍ୟକ୍ତି ଅମୂଲ୍ୟାଙ୍କ ଘର ଭଙ୍ଗାରୁଜା କରିଥିଲେ। ହିନ୍ଦୁ ସମର୍ଥିତ ଏକ ସଂଗଠନର କିଛି ସଦସ୍ୟ ଅମୂଲ୍ୟାଙ୍କ କର୍ଣ୍ଣାଟକର ଚିକ୍କମଗାଲୁର ସ୍ଥିତ ଘରକୁ ପଥର ଫିଙ୍ଗିବା ସହ ଘର ଭଙ୍ଗାରୁଜା କରିଥିଲେ। କୋପ୍ପା ପୁଲିସ ପକ୍ଷରୁ କୁହାଯାଇଛି ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅମୂଲ୍ୟାଙ୍କ ପରିବାର ସଦସ୍ୟଙ୍କୁ ଏବେ ପୁଲିସ ସୁରକ୍ଷା ଦିଆଯାଇଛି।

ସମ୍ବନ୍ଧିତ ଖବର