ଜାମ୍ମୁ : ଜଙ୍ଗଲରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ଜାମ୍ମୁ : ଜାମ୍ମୁ ଓ କାଶ୍ମୀରର ଡୋଡା ଜିଲ୍ଲାରେ ଆଜି ସୁରକ୍ଷା ବାହିନୀକୁ ଏକ ବଡ଼ ଧରଣର ସଫଳତା ମିଳିଛି । ଜିଲ୍ଲାର ଏକ ଜଙ୍ଗଲରୁ ବିପୁଳ ପରିମାଣର ଶସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ । ଡୋଡା ଏସପି ଆରପି ସିଂଙ୍କ ସୂଚନା ଅନୁସାରେ ଜିଲ୍ଲାର ମଦନ-ଚଞ୍ଚଲୁ ଜଙ୍ଗଲରେ ଏହି ଅସ୍ତ୍ରଶସ୍ତ୍ର ଲୁଚାଯାଇଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ରାଷ୍ଟ୍ରୀୟ ରାଇଫଲ୍ସ, ସ୍ଥାନୀୟ ପୁଲିସର ମିଳିଚତ ବାହିନୀ ଏହା ଉପରେ ଚଢଉ କରିଥିଲେ ।

ଏହି ଚଢଉ ବେଳେ ବିପୁଳ ପରିମାଣର ଆଧୁନିକ ବିଦେଶୀ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ମିଳିଛି । ଏହା ମଧ୍ୟରେ ରହିଛି ଚୀନ ନିର୍ମିତ ପିସ୍ତଲ, ରକେଟ ପ୍ରୋପେଲର ଗନ, ଗ୍ରେନେଡ ଲଞ୍ଚର, ୫୮୧ ରାଉଣ୍ଡ ଥିବା ୧୧ଟି ଏକେ-୪୭ ମାଗାଜିନ, ୫ଟି ଏସଏଲଆର ମାଗାଜିନ, ଏକ ପିସ୍ତଲ ମାଗାଜିନ ଓ ୧୮୮ଟି ଜୀବନ୍ତ ଗୁଳି ମିଳିଛି  । ଆହୁରି ମଧ୍ୟ ଏକ ୱେୟାରଲେସ ସେଟ  ମଧ୍ୟ ମିଳିଛି ବୋଲି ସିଂ କହିଛନ୍ତି । ତେବେ ଏସବୁ ସାମଗ୍ରୀ କିଛି ବର୍ଷ ତଳର ବୋଲି ଅନୁମାନ କରାଯାଉଛି ।

ସମ୍ବନ୍ଧିତ ଖବର