ମସ୍କୋ: ମଝି ଆକାଶରେ ଉଭେଇଗଲା ବିମାନ। ଯାତ୍ରୀଙ୍କୁ ନେଇ ଉଡାଣ କରିଥିବା ବେଳେ ଆକାଶରେ ବିମାନ କୁଆଡେ ଉଭାନ ହୋଇଯାଇଛି । ଏଭଳି ଏକ ବଡ଼ ଖବର ଏବଂ ଛାତିକୁ ଦୋହଲାଇ ଦେଲା ଭଳି ଖବର ଆସୁଛି ରୁଷରୁ । ଯେଉଁଠି ଏକ ଯାତ୍ରୀବାହୀ ବିମାନକୁ ନେଇ ଅଶୁଭ ଖବର ଆସୁଛି । ତେବେ ୫୦ ଜଣଙ୍କୁ ନେଇ ଉଡାଣ ଭରିଥିବା ବିମାନ କୁଆଡେ ଗାଏବ ହୋଇଯାଇଥିବା କୁହାଯାଉଛି । ମିଳିଥିବା ସୂଚନା ଅନୁସାରେ ବିମାନରେ ମୋଟ ୪୪ ଜଣ ଯାତ୍ରୀ ଥିଲେ ଯେଉଁଥିରେ ୫ ଜଣ ଶିଶୁ ରହିଥିଲେ ଏବଂ ୬ ଜଣ କ୍ରିୟୁ ମେମ୍ବର ରହିଥିଲେ ।
Air traffic controllers lost contact with an An-24 passenger plane carrying about 50 people in Russia's far east, and a search was underway, the regional governor said: Reuters
— ANI (@ANI) July 24, 2025
୫୦ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଏହି ବିମାନଟି ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିବା କୁହାଯାଉଛି । ଅଧିକାରୀମାନେ କହିଛନ୍ତି ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନେ ଉଡ଼ାଣ ମଝିରେ ବିମାନ ସହିତ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ । ବିମାନଟି ସାଇବେରିଆ ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ । ଏଏନ-୨୪ ବିମାନଟି ତା'ର ଗନ୍ତବ୍ୟସ୍ଥଳ ପହଞ୍ଚିବା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ଯ କୁହାଯାଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/07/24/50-2025-07-24-12-55-41.jpg)