ନୂଆଦିଲ୍ଲୀ: ଦୀର୍ଘ ୮ ଦିନର ଅକ୍ଳାନ୍ତ ଖୋଜ ପରେ ଶେଷରେ ଆଜି ଭାରତୀୟ ବାୟୁସେନା ତା’ର ନିଖୋଜ ଏଏନ୍-୩୨ ବିମାନର ଧ୍ୱଂସାବଶେଷକୁ ଠାବ କରିବାରେ ସଫଳ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ଏଏନ୍ଆଉ ସୂତ୍ରରୁ ଜାଣିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୩ ତାରିଖରେ ଆସାମର ଜୋର୍ହାଟ୍ରୁ ଅରୁଣାଚଳ ପ୍ରଦେଶ ଅଭିମୂଖେ ଉଡ଼ାଣ ଭରିଥିବା ଭାରତୀୟ ବାୟୁସେନାର ଏଏନ୍-୩୨ ବିମାନଟି ଅରୁଣାଚଳ ପ୍ରଦେଶରେ ଅବତରଣ କିରିବା ପୂର୍ବରୁ ମଝିବାଟରେ ନିଖୋଜ ହୋଇ ଯାଇଥିଲା। ସେବେଠାରୁ ଭାରତୀୟ ବାୟୁସେନା ତା’ର ସମସ୍ତ ଅତ୍ୟାଧୁନିକ ବିମାନ ସମେତ ଇସ୍ରୋ ଉପଗ୍ରହ ଜରିଆରେ ନିଖୋଜ ବିମାନଟିକୁ ସନ୍ଧାନ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ସବୁଥିରେ ବିଫଳ ହୋଇଥିଲା। ଶେଷର ଗତ ଜୁନ୍ ୮ ତାରିଖରେ ଭାରତୀୟ ବାୟୁସେନା ପକ୍ଷରୁ ଏହି ନିଖୋଜ ବିମାନ ସଂପର୍କରେ ଯିଏ କୌଣସି ବି ସୂଚନା ପ୍ରଦାନ କରିବ ତା’କୁ ୫ ଲକ୍ଷ ଟଙ୍କାର ଅର୍ଥ ରାଶି ପୁରସ୍କାର ସୂରୁପ ପ୍ରଦାନ କରିବାକୁ ମଧ୍ୟ ବାୟୁସେନା ଘୋଷଣା କରିଥିଲା।
The location of the parts of aircraft, believed to be that of missing AN-32, is 15-20 kilometers north of the flight path of the AN-32 aircraft in Arunachal Pradesh. Indian Air Force (IAF) chopper teams were involved in this mission. https://t.co/UCTC7QQiqi
— ANI (@ANI) June 11, 2019
ଶେଷରେ ନିଖୋଜ ହେବାର ନବମ ଦିନରେ (୧୧ ଜୁନ୍ ମଙ୍ଗଳବାର) ଭାରତୀୟ ବାୟୁସେନା ନିଖୋଜ ଏଏନ୍-୩୨ର ଧ୍ୱଂସାବଶେଷକୁ ଠାବ କରିବାର ସମର୍ଥ ହୋଇଛି। ଅରୁଣାଚଳ ପ୍ରଦେଶର ଉତ୍ତର ଦିଗରେ ବିମାନଟି ଅବତରଣ କରିବା ସ୍ଥାନଠାରୁ ୧୫ରୁ ୨୦ କିମି ଭିତରେ ଏହି ବିମାନର ଧ୍ୱଂସାବଶେଷ ମିଳିଥିବା ଜାଣିବାକୁ ମିଳିଛି। ଧ୍ୱଂସାବଶେଷ ମିଳିଥିବା ସ୍ଥାନକୁ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଗସ୍ତ କରିଥିବା ବେଳେ ସବେଶଷ ବିବରଣୀକୁ ଅପେକ୍ଷା କରାଯାଇଛି।
The wreckage of the missing #An32 was spotted today 16 Kms North of Lipo, North East of Tato at an approximate elevation of 12000 ft by the #IAF Mi-17 Helicopter undertaking search in the expanded search zone..
— Indian Air Force (@IAF_MCC) June 11, 2019
ଉଲ୍ଲେଖଯୋଗ୍ୟ, ଏହି ନିଖୋଜ ଏଏନ୍-୩୨ ବିମାନରେ ଜଣେ ଓଡ଼ିଆ ବାୟୁସେନା ଅଧିକାରୀ ସୁମିତ ମହାନ୍ତି ରହିଥିବା ବେଳେ ତାଙ୍କ ସଂପର୍କରେ ଅଧ୍ୟାବଧି କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ
ସିବେଶଷ ରିପୋର୍ଟରୁ ଅପେକ୍ଷା କରାଯାଇଛି।