ଚୀନକୁ ଟକ୍କର : ପୂର୍ବ ଲଦାଖର ନିୟୋମା ଏୟାରଫିଲ୍ଡର ଉନ୍ନତୀକରଣ କରୁଛି ଭାରତ, ବଢ଼ିବ ବାୟୁସେନାର ଶକ୍ତି

ଲେହ: ଭାରତ ପ୍ରକୃତ ନିୟନ୍ତ୍ରଣ ରେଖାଠାରୁ ମାତ୍ର ୫୦ କିଲୋମିଟର ଦୂରରେ ଥିବା ପୂର୍ବ ଲଦାଖର ଏକ ଏୟାରଫିଲ୍‌ଡକୁ ଯୁଦ୍ଧ ବିମାନ ଚଳାଚଳ ପାଇଁ ଉନ୍ନତ କରିବା ପାଇଁ ଯୋଜନା କରିଛି। ପୂର୍ବରୁ ଭାରତୀୟ ବାୟୁସେନା (ଆଇଏଏଫ)ର   ଲେହ ଏବଂ ପାଟରାପୁର ଏୟ‌ାରଫିଲ୍ଡରୁ ଯୁଦ୍ଧ ବିମାନ ଚଳାଚଳ କରୁଛି ଏବଂ ଏବେ ପୂର୍ବ ଲଦାଖର ନୟୋମା ଏୟାରଫିଲ୍‌ଡକୁ ଉନ୍ନତୀକରଣ କରାଗଲେ ଏହା ଭାରତୀୟ ବାୟୁସେନାର ଶକ୍ତ ଓ ସାମର୍ଥ୍ୟକୁ ବହୁଗୁଣରେ ବଢ଼ାଇବ। ପୂର୍ବରୁ ଭାରତ-ଚୀନ ସୀମା ଅନ୍ତର୍ଗତ ନିୟନ୍ତ୍ରଣ ‌ରେଖ‌ା ନିକଟରେ ଭିତ୍ତିଭୂମି ନିର୍ମାଣ କରି ଭାରତର ଚିନ୍ତା ବଢ଼ାଉଥିବା ବେଳେ ଏବେ ଭାରତ କଡା ଜବାବ ଦେବା ଆରମ୍ଭ କରିଛି।

ଆମେରିକୀୟ ହେଭି-ଲିଫ୍‌ଟ ହେଲିକପ୍ଟଟର ଚିନୁକ୍‌ ଏବଂ ସି-୧୩୦ଜେ ଟର୍ବୋପ୍ରୋପ୍‌ କାର୍ଗୋ ବିମାନ ଚୀନ୍‌ ସହିତ ଲାଗି ରହିଥିବା ଦୀର୍ଘ ବିବାଦ ମଧ୍ୟରେ ନିୟମିତ ଭାବରେ ନୟୋମା ଏୟାରଫିଲ୍‌ଡ ଦେଇ ସେନା ବାହିନୀ ପାଇଁ ଯୋଗାଣ ସାମଗ୍ରୀ ଆଣୁଛନ୍ତି। ଆପାଚି ହେଲିକପ୍ଟର ସହ ଆଇଏଏଫର ସ୍ୱତନ୍ତ୍ର ଗରୁଡ ଏବଂ ଏମଆଇ-୧୭ ହେଲିକପ୍ଟଟରୁ ନୟୋମାରୁ କାର୍ଯ୍ୟ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଯଦି ନୟୋମା ଏୟାରଫିଲ୍‌ଡ ଯୁଦ୍ଧ ବିମାନ ଚଳାଚଳକୁ ସମର୍ଥନ କରିପାରିବ, ତେବେ ଆଇଏଏଫ ଭାରତ ପ୍ରତି ରହିଥିବା ବିପଦକୁ ଅଧିକ ପ୍ରଭାବଶାଳୀ ଢ଼ଙ୍ଗରେ ପ୍ରତିହତ କରିପାରିବ ବୋଲି ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଯୋଜନା ଅନୁଯାୟୀ, ନୂତନ ଏୟାରଫିଲ୍‌ଡ ଏବଂ ସାମରିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା କରାଯିବ। ସୀମା ସଡ଼କ ସଂଗଠନ (ବିଆରଓ) ଏୟାରଫିଲ୍‌ଡରେ ଉନ୍ନତୀକରଣ କାର୍ଯ୍ୟ ପରିଚାଳନା କରିବ।

ଭାରତୀୟ ବାୟୁସେନା ଗ୍ରୁପ୍‌ କ୍ୟାପଟେନ୍‌ ଅଜୟ ରାଠୀ କହିଛନ୍ତି ଯେ ପ୍ରକୃତ ନିୟନ୍ତ୍ରଣ ରେଖା ସହିତ ଏହାର ନିକଟତରତା ହେତୁ ନୟୋମାର ରଣନୀତିକ ଗୁରୁତ୍ୱ ଅଛି। ଏହା ଲେହ ଏୟାରଫିଲ୍‌ଡ ଏବଂ ଏଲଏସି ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ଦୂର କରିବ।

ସମ୍ବନ୍ଧିତ ଖବର