ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କାଶ୍ମୀର ଉପତ୍ୟକାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ଶୂନ ତଳେ ରେକର୍ଡ କରାଯାଇଛି। ଜମ୍ମୁ-କଶ୍ମୀରରେ ମଧ୍ୟ ଗତ ୪୦ ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଦକ୍ଷିଣ ମେରୁରେ ଥିବା ଆଣ୍ଟାର୍କଟିକାଠାରୁ ଅଧିକ ଥଣ୍ଡା ରହିଛି କଶ୍ମୀରର ଏକ ଅଂଚଳ ।
ବର୍ଷସାରା ଆଣ୍ଟାର୍କଟିକାର ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୧ରୁ ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଥାଏ । ସେହିପରି କାଶ୍ମୀରର ଜୋଜିଲାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୨୩.୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏଭଳି ସ୍ଥିତିରେ କାଶ୍ମୀରର ଏହି ଅଞ୍ଚଳ ଏବେ ଆଣ୍ଟାର୍କଟିକା ଠାରୁ ଅଧିକ ଥଣ୍ଡା ରହିଛି।

ପାଣିପାଗ ବିଭାଗ ଅନୁସାରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୬.୬ ଡିଗ୍ରୀ ସେଲସିୟସ, କାଜିଗୁଣ୍ଡରେ ବିଯୁକ୍ତ ୬.୨ ଡିଗ୍ରୀ ସେଲସିୟସ, ପହଲଗାମରେ ବିଯୁକ୍ତ ୭.୮ ଡିଗ୍ରୀ ସେଲସିୟସ, କୁପୱାଡାରେ ବିଯୁକ୍ତ ୬.୪ ଡିଗ୍ରୀ ସେଲସିୟସ, କୋକେରନାଗରେ ବିଯୁକ୍ତ ୬.୪ ଡିଗ୍ରୀ ସେଲସିୟସ, ଗୁଲମାର୍ଗରେ ବିଯୁକ୍ତ ୭.୪ ଡିଗ୍ରୀ ସେଲସିୟସ, ସୋନମର୍ଗରେ ବିଯୁକ୍ତ ୮.୫ ଡିଗ୍ରୀ ସେଲସିୟସ, ଜୋଜିଲାରେ ବିଯୁକ୍ତ ୨୩.୦ ଡିଗ୍ରୀ ସେଲସିୟସ, ବାନ୍ଦିପୋରାରେ ବିଯୁକ୍ତ ୬.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ବାରାମୁଲାରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/12/24/oM4nERfIKFWoNxz86Lxf.jpeg)