ଇସଲାମାବାଦ: ପହଲଗାମ୍ ଆତଙ୍କୀ ହମଲାକୁ ନେଇ ଭାରତ ପାକିସ୍ତାନ ଉପରେ ଆକ୍ସନ ପରେ ଆକ୍ସନ ନେଉଥିବା ବେଳେ ଏବେ ପାକିସ୍ତାନରୁ ଆସିଛି ବଡ଼ ଖବର । ଭୂକମ୍ପରେ ଥରିଲା ପାକିସ୍ତାନ । ପାକିସ୍ତାନରେ ଭୂକମ୍ପର ଝଟକା । ରିକ୍ଟଟ ସ୍କେଲରେ ଭୂକମ୍ପର ତୀବ୍ରତା ୪.୪ ରେକର୍ଡ । ଭୂକମ୍ପ ନେଇ ସ୍ପଷ୍ଟ କରିଛି ଏନସିଏସ । ଭୂକମ୍ପରେ ଏଯାଏଁ କ୍ଷୟକ୍ଷତିର କୌଣସି ଖବର ନାହିଁ ।
An earthquake with a magnitude of 4.4 on the Richter Scale hit Pakistan at 21:58:26 (IST) today: National Center for Seismology (NCS) pic.twitter.com/KqwDYZveJS
— ANI (@ANI) April 30, 2025
ସେପଟେ ଭାରତ ଭୟରେ ପାକିସ୍ତାନ ଥରୁଥିବା ବେଳେ ଏବେ ଭୂକମ୍ପରେ ଥରିଛି । ଇତିମଧ୍ୟରେ ପାକିସ୍ତାନକୁ ପୁଣି ପାନେ ଦେଲା ଭାରତ । ପହଲଗାମ୍ ଆତଙ୍କୀ ହମଲାର ପ୍ରତିଶୋଧ ନେବାକୁ ପାକିସ୍ତାନ ଉପରେ ପୁଣି ପ୍ରହାର ପକାଇଲା ଭାରତ । ପାକିସ୍ତାନ ପାଇଁ ଏୟାରସ୍ପେସ୍ ବନ୍ଦ କଲା ଭାରତ । ପାକିସ୍ତାନର ସବୁ ଉଡାଣ ଉପରେ ଲାଗିଲା କଟକଣା ।
ପାକିସ୍ତାନକୁ ମୁହଁତୋଡ ଜବାବ ଦେବାକୁ ନିଜର ସମସ୍ତ ଏୟାରସ୍ପେସ୍ ବନ୍ଦ କଲା ଭାରତ । ଏବେ ଭାରତ ଉପର ଦେଇ ଉଡିପାରିବନି କୌଣସି ବି ପାକିସ୍ତାନ ବିମାନ । ମେ ୨୩ ଯାଏଁ ଏୟାରସ୍ପେସ୍ ବନ୍ଦ । ପୂର୍ବରୁ ପାକିସ୍ତାନ ଭାରତ ପାଇଁ ନିଜ ଏୟାର ସ୍ପେସ୍ ବନ୍ଦ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/04/30/tDCvYiMzXbNtiNqxvnRS.jpg)