ଶ୍ରୀନଗର: ଜମ୍ମୁ-କଶ୍ମୀରର ବାରମୁଲା ଜିଲ୍ଲାରେ ଶନିବାର ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୂଚନା ଅନୁଯାୟୀ, ସୋପୋରର ରାମପୁର ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିଲା। କାଶ୍ମୀର ଜୋନ୍ ପୁଲିସ କହିଛି ଯେ ରାମପୁର ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୁଲିସ ଓ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିବା ପରେ ସୁରକ୍ଷାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏନକାଉଣ୍ଟର ସମୟରେ ସୁରକ୍ଷାବାହିନୀ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଛନ୍ତି। ଗତକାଲି ସୋପୋରର ସାଗ୍ନିପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ୨ ଜଣ ବିଦେଶୀ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଆତଙ୍କବାଦୀଙ୍କ ଗୁଳିରେ ନିହତ ଭିଡିଜି ସଦସ୍ୟଙ୍କ ମୃତଦେହ ଉଦ୍ଧାର କରିବା ପରେ ସୁରକ୍ଷା ବାହିନୀ କିସ୍ତୱାରର କୁନ୍ତୱାଡା ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)