କୋହଲିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଇଂଜିନିୟର ଗିରଫ

ହାଇଦ୍ରାବାଦ୍‌ : ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଝିଅକୁ ଟ୍ବିଟରରେ ଦୁଷ୍କର୍ମ ଧମକ ଦେଇଥିବା ହାଇଦ୍ରାବାଦର ଜଣେ ଇଂଜିନିୟରଙ୍କୁ ମୁମ୍ବାଇ ପୁଲିସ ଆଜି ଗିରଫ କରିଛି। ତାଙ୍କ ନାମ ହେଉଛି ରାମନାଗେଶ ଶ୍ରୀନିବାସ। ମୁମ୍ବାଇ ପୁଲିସର ସାଇବର୍‌ ଶାଖା ଦ୍ବାରା ତାଙ୍କୁ ହାଜତକୁ ନିଆଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଅଭିଯୁକ୍ତ ହେଉଛନ୍ତି ଜଣେ ବି-ଟେକ୍‌ ଗ୍ରାଜୁଏଟ୍‌। ଏକ ଖାଦ୍ୟ ଯୋଗାଣ ପ୍ଲାଟଫର୍ମର ସଫ୍ଟୱେୟାର ବିଭାଗରେ ସେ କାମ କରୁଥିଲେ। ଟି-୨୦ ୱାର୍ଲ୍ଡକପ୍‌ରେ ଭାରତ ଲଗାତାର ଭାବେ ପାକିସ୍ତାନଠାରୁ ହାରୁଥିବାରୁ ଅଭିଯୁକ୍ତ କୋହଲିଙ୍କ ଝିଅକୁ ଅନଲାଇନ୍‌ରେ ଦୁଷ୍କର୍ମ ଧମକ ଦେଇଥିଲେ। ଉକ୍ତ ଘଟଣାରେ ଡିସିଡବ୍ଲ୍ୟୁ ( ଦିଲ୍ଲୀ ମହିଳା କମିସନ୍‌) ଦିଲ୍ଳୀ ପୁଲିସକୁ ଏକ ନୋଟିସ ପଠାଇଛନ୍ତି।

ସମ୍ବନ୍ଧିତ ଖବର