ନୂଆଦିଲ୍ଲୀ : ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ନିକଟରେ ଆଇଇଡି ବିସ୍ଫୋରଣ ଯୋଗୁଁ ଆତଙ୍କ ଖେଳିଯାଇଛି। ଅପରାହ୍ନ ୫ଟା ୫ରେ ଘଟିଥିବା ଏହି କମ୍ ଶକ୍ତି ସଂପନ୍ନ ବିସ୍ଫୋରଣରେ ଦୂତାବାସ ନିକଟରେ ଥିବା ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ତେବେ ଏଥିରେ କେହି ଆହତ ହୋଇଥିବା ରିପୋର୍ଟ ମିଳିନାହିଁ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏବଂ ଦିଲ୍ଲୀ ପୁଲିସର ମିଳିତ ଟିମ୍ ଘଟଣାସ୍ଥଳରେ ତଦନ୍ତ କରୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ଇସ୍ରାଏଲ୍ ଦୂତାବାସ ନିକଟ ଅଂଚଳକୁ ପୁଲିସ ଘେରାବନ୍ଦୀ କରି ରଖିଛି ଏବଂ ଅନ୍ୟ ଦୂତବାସ ଅଂଚଳରେ ମଧ୍ୟ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ବିସ୍ଫୋରଣ ଏକ ଆତଙ୍କବାଦୀ କାଣ୍ଡ ବୋଲି ଇସ୍ରାଏଲ କହିଛି।ଭାରତ ଏବଂ ଇସ୍ରାଏଲ ମଧ୍ୟରେ କୂଟନୈତିକ ସଂପର୍କର ୨୯ ବର୍ଷ ପୂର୍ତ୍ତି ଉତ୍ସବ ପାଳନର ଦିନକ ପରେ ଏଭଳି ବିସ୍ଫୋରଣ ଘଟିଛି। ଦୂତାବାସ କୋଠାରୁ ୧୫୦ ମିଟର ଦୂରରେ ବିସ୍ଫୋରଣ ଘଟିଥିବା ବେଳେ ବିଜୟ ଚୌକ୍ଠାରୁ ଏହାର ଦୂରତା ମାତ୍ର ୨ କିମି। ବିସ୍ଫୋରଣ ସମୟରେ ବିଜୟ ଚୌକ୍ରେ ଆଜି ବିଟିଂ ରିଟ୍ରିଟ୍ କାର୍ଯ୍ୟକ୍ରମ ଚାଲିଥିଲା ଏବଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ।
ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ
ଆତଙ୍କବାଦୀ କାଣ୍ଡ: ଇସ୍ରାଏଲ୍
/sambad/media/post_attachments/wp-content/uploads/2021/01/Delhi-Blast-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)