ଲଣ୍ଡନ: ଯେତେବେଳେ ଡାଇନୋସର କଥା ଆମ ସାମ୍ନାକୁ ଆସେ, ସେତେବେଳେ ପିଲାଠୁ ବଡ଼ ସମସ୍ତଙ୍କ ମନରେ ଏକ ପ୍ରକାରର ଉତ୍କଣ୍ଠା ବଢ଼ିଯାଏ। ସବୁଠାରୁ ବେଶି ଜାଣିବାକୁ ଇଛା ହୁଏ ଡାଇନୋସରଙ୍କ ମୃତ୍ୟୁ ପୂର୍ବରୁ ନା ପରେ ଆମର ପୂର୍ବପୁରୁଷମାନେ ବିକଶିତ ହୋଇଥିଲେ ନା ସେମାନଙ୍କ ସହିତ ରହୁଥିଲେ। ତେବେ ଏସବୁ ପ୍ରଶ୍ନର ଉତ୍ତର ପାଇଛନ୍ତି ଇଂଲଣ୍ଡର ବ୍ରିଷ୍ଟଲ ୟୁନିଭର୍ସିଟି ଓ ସୁଇଜରଲ୍ୟାଣ୍ଡର ଫ୍ରିବୋର୍ଗ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ। ବୈଜ୍ଞାନିକମାନେ କହିଛନ୍ତି ଯେ ୬.୬୦ ନିୟୁତ ବର୍ଷ ପୂର୍ବେ ଗ୍ରହାଣୁ କିମ୍ବା ନକ୍ଷତ୍ରର ଭଙ୍ଗା ଖଣ୍ଡ ପଡ଼ି ଡାଇନୋସର ମରିଛନ୍ତି। ମିଳିଥିବା ଜୀବାଶ୍ମରେ ସେପରି କୌଣସି ପ୍ରମାଣ ନାହିଁ, ଯେଉଁଠି ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିଲେ। ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀକୁ ମନୁଷ୍ୟର ପ୍ରାରମ୍ଭିକ ପୂର୍ବଜ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଜୀବାଶ୍ମର ଅନୁସନ୍ଧାନ ସମୟରେ ମଲିକ୍ୟୁଲାର କ୍ଲକ୍ ଡାଟାରୁ ଜଣାପଡିଛି ଯେ ଡାଇନୋସରଙ୍କ ସମୟରେ ସେମାନଙ୍କ ବଂଶ ଉପସ୍ଥିତ ଥିଲା।
ଡାଇନୋସରଙ୍କ ସମୟରେ ମନୁଷ୍ୟର ପୂର୍ବପୁରୁଷ ଅର୍ଥାତ୍ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିବାନେଇ ନୂତନ ପରିସଂଖ୍ୟାନ ବିଶ୍ଳେଷଣରୁ ଜଣାପଡ଼ିଛି। କ୍ରିଟେସିୟସ୍ ଯୁଗରେ ସେମାନେ ତାଙ୍କ ସହିତ ବୁଲୁଥିଲେ। ହେଲେ ଏହା ବହୁତ କମ୍ ସମୟ ପାଇଁ ଘଟିଥିଲା। ବ୍ରିଷ୍ଟଲ ବିଶ୍ୱବିଦ୍ୟାଳୟର ପାଲିଓବାୟୋଲୋଜିଷ୍ଟ ଏମିଲି କାର୍ଲିସଲ କହିଛନ୍ତି ଯେ ଆମେ ହଜାର ହଜାର ବର୍ଷ ପୁରୁଣା ଜୀବାଶ୍ମ ଉପରେ ଅଧ୍ୟୟନ କରିଛୁ। ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ପ୍ରାରମ୍ଭିକ ଜୀବମାନଙ୍କ ବିଷୟରେ ସୂଚନା ସଂଗ୍ରହ କରାଯାଇଥିଲା। ତା'ପରେ ହିଁ ସେମାନଙ୍କର ଉତ୍ପତ୍ତି ଓ ଅନ୍ତ ଜଣାପଡ଼ିଥିଲା। ଏହା ଜରିଆରେ ଆମେ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ବିକାଶ କୁ ଚିହ୍ନଟ କରିପାରିବା। ଏହି ତଥ୍ୟକୁ ଅଧ୍ୟୟନ କରିବା ପରେ ଜଣାପଡିଲା ଯେ ସେହି ସମୟରେ ୩୮୦ ଟି ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀ ଥିଲେ, ଯେଉଁଥିରୁ ୨୧.୩ ପ୍ରତିଶତ ଡାଇନୋସର ସମୟରେ ଉପସ୍ଥିତ ଥିଲେ।
ସେମାନଙ୍କ ବିକାଶରୁ ମାଙ୍କଡ଼, ପ୍ରାଇମେଟ୍, ମାଙ୍କଡ଼, କୁକୁର, ବିଲେଇ, କୁକୁଡ଼ା ଓ ଘୋଡ଼ା ସୃଷ୍ଟି ହୋଇଥିଲା। ଫ୍ରିବୋର୍ଗ ବିଶ୍ୱବିଦ୍ୟାଳୟର ବିବର୍ତ୍ତନଶୀଳ ଜୀବବିଜ୍ଞାନୀ ଡାନିଏଲ ସିଲଭେଷ୍ଟ୍ରୋ କହିଛନ୍ତି, "ଆମେ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ବଂଶର ପ୍ରାରମ୍ଭିକ ଚିତ୍ର ନେବାକୁ ଚେଷ୍ଟା କରିଛୁ। ଆମେ ଏହାର ଆରମ୍ଭ ମଧ୍ୟ ଜାଣିବାକୁ ପାଇଛୁ । ବର୍ତ୍ତମାନ ସୁଦ୍ଧା ଆମର ତଥ୍ୟ ଠିକ୍ ଅଛି। ଏହା ସହିତ ଆମେ କୌଣସି ଜୀବର ବିଲୁପ୍ତ ହେବାର ନିକଟତମ ତାରିଖ ବା ବର୍ଷ ଜାଣିପାରିବା।
ପୃଥିବୀରେ ବହୁତ କମ୍ ଜୀବ ମୃତ୍ୟୁ ପରେ ଜୀବାଶ୍ମ ପାଲଟିଯାଆନ୍ତି। ଅଧିକାଂଶ ନଷ୍ଟ ହୋଇଯାଇଛି। ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀଙ୍କ ଜୀବାଶ୍ମର କୌଣସି ଦସ୍ତାବିଜ ନାହିଁ। ଏପରିକି କୌଣସି ଜୀବାଶ୍ମ ମଧ୍ୟ ନାହିଁ। ତେଣୁ ଜୀବାଶ୍ମର ପୁରୁଣା ତଥ୍ୟ ଉପରେ ନଜର ରଖିବାକୁ ପଡ଼ିବ। ଯେତେବେଳେ ବୈଜ୍ଞାନିକମାନେ ଜୀବମାନଙ୍କର ଉତ୍ପତ୍ତି ଏବଂ ବିନାଶ ଉପରେ ଅଧ୍ୟୟନ କରିଥିଲେ, ସେତେବେଳେ ଏହା ଅଧିକ ନିଶ୍ଚିତ ହୋଇଥିଲା ଯେ ସେହି ସମୟରେ ମନୁଷ୍ୟର ପୂର୍ବପୁରୁଷମାନେ ଅର୍ଥାତ୍ ପ୍ଲାସେଣ୍ଟାଲ ସ୍ତନ୍ୟପାୟୀ ପ୍ରାଣୀମାନେ ଡାଇନୋସରଙ୍କ ସହିତ ବୁଲୁଥିଲେ । କିନ୍ତୁ ଏହା ବହୁତ କମ୍ ସମୟ ପାଇଁ ଥିଲା।