ନୂଆଦିଲ୍ଲୀ : ୟୁକ୍ରେନରେ ଭାରତୀୟ ଛାତ୍ରମାନେ ଭାରତ ଫେରିବା ପାଇଁ ପୋଲାଣ୍ଡ ସୀମାକୁ ଆସୁଥିବା ବେଳେ ସେମାନଙ୍କ ପାଇଁ ୟୁକ୍ରେନ୍ ସୈନିକ ନାନା ସମସ୍ୟା ସୃଷ୍ଟି କରିଛନ୍ତି। ଦୁଇ ଦିନ ତଳେ କିଛି ୟୁକ୍ରେନ୍ ସୈନିକ ଭାରତୀୟ ଛାତ୍ରଙ୍କ ଏକ ଗୋଷ୍ଠୀକୁ ଜବରଦସ୍ତ ଅଟକାଇବା ସହ ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କ ହାତ ଭାଙ୍ଗି ଯାଇଥିବା ଅନ୍ୟ ଜଣେ ଛାତ୍ର ନିଜ ନାମ ଗୋପନ ରଖି କହିଛନ୍ତି। ଦୂତାବାସକୁ ଏ ବାବଦରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିବା ଆହତ ଛାତ୍ରଙ୍କ ଜଣେ ବନ୍ଧୁ କହିଛନ୍ତି।
ଆକ୍ରମଣକାରୀ ୟୁକ୍ରେନ୍ ସୈନିକମାନେ କହିଥିଲେ ଯେ ଭାରତ ସରକାର ୟୁକ୍ରେନକୁ ସମର୍ଥନ କରୁନାହାନ୍ତି, ତେଣୁ ଆମେ ମଧ୍ୟ ଭାରତୀୟଙ୍କୁ ସାହାଯ୍ୟ କରିବୁ ନାହିଁ। ଏହି ଘଟଣା ପରେ ପୋଲାଣ୍ଡ ସୀମାକୁ ଯାଉଥିବା ଅନେକ ଭାରତୀୟ ଛାତ୍ର ବର୍ତ୍ତମାନ ରୋମାନିଆ ଏବଂ ଅନ୍ୟ ଦେଶ ସୀମା ଆଡକୁ ଯିବାକୁ ବାଧ୍ୟ ହୋଇଛନ୍ତି ବୋଲି କୁହାଯାଇଛି।