ନୂଆଦିଲ୍ଲୀ : ଫେମ୍‌ ଇଣ୍ଡିଆ-ଏସିଆ ପୋଷ୍ଟ ପକ୍ଷରୁ ବ୍ୟୁରୋକ୍ରାଟ୍‌ (ବରିଷ୍ଠ ପ୍ରଶାସନିକ ଅଧିକାରୀ)ଙ୍କୁ ନେଇ ଏକ ୫୦ ଜଣିଆ ପ୍ରଭାବଶାଳୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧୯୮୭ ମସିହା ବ୍ୟାଚ୍‌ର ଉତ୍ତରପ୍ରଦେଶ କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ଦେବାଶିଷ ପଣ୍ଡା, ୧୯୮୭ ବ୍ୟାଚ୍‌ର ଆଇଏଏସ୍‌ ତୁହିନକାନ୍ତ ପା‌େଣ୍ଡ ଏବଂ ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ରାଜେଶ ବର୍ମା ସ୍ଥାନ ପାଇଛନ୍ତି।

Advertisment

ଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟ ପତ୍ରିକା ପକ୍ଷରୁ କରାଇଥିବା ସର୍ଭେରେ ୨୦୨୦ ମସିହା ପାଇଁ ଦେଶର ୫୦ ଜଣ ପ୍ରଭାବଶାଳୀ ବ୍ୟୁରୋକ୍ରେଟ୍‌ଙ୍କୁ ଚୟନ କରାଯାଇଛି। ବର୍ତ୍ତମାନ ଦେଶରେ ସମୁଦାୟ ୫୨୦୦ ଜଣ ଆଇଏଏସ୍‌ ଅଧିକାରୀ କାର୍ଯ୍ୟରତ ଅଛନ୍ତି। ତାଲିକାରେ ସ୍ଥାନିତ କରିବା ପାଇଁ ସେମାନଙ୍କ ପ୍ରଶାସନିକ ଦକ୍ଷତାକୁ ଏକ ସର୍ଭେ ମାଧ୍ୟମରେ ଆକଳନ କରାଯାଇଥିଲା। ତଦନୁଯାୟୀ ୫୦ ଜଣଙ୍କ ନାମ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ସ୍ଥାନ ପାଇଥିବା ୩ ଅଧିକାରୀଙ୍କ ମଧ୍ୟରେ ଦେବାଶିଷ ପଣ୍ଡା କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି, ତୁହିନକାନ୍ତ ପାଣ୍ଡେ ନିବେଶ ଏବଂ ସାର୍ବଜନୀକ ସମ୍ପତ୍ତି ପରିଚାଳନା ବିଭାଗ ସଚିବ ଓ ରାଜେଶ ବର୍ମା କର୍ପୋରେଟ୍ ମନ୍ତ୍ରାଳୟର ସଚିବ ରୂପେ ଅବସ୍ଥାପିତ ଅଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୨୦୨୧-୨୨ ବଜେଟ ଟିମରେ ଦେବାଶିଷ ପଣ୍ଡା ଓ ତୁହିନକାନ୍ତ ପାଣ୍ଡେ ସାମିଲ ଅଛନ୍ତି।