ତିିରୁଭନନ୍ତପୁରମ୍ : ପ୍ରାୟ ସପ୍ତାହେ ହେଲା କେରଳର ବିଭିନ୍ନ ସ୍ଥାନରେ ଜଣେ ଆଇରିସ୍ ଯୁବକ ନିଜ ସ୍ତ୍ରୀକୁ ଖୋଜୁଥିବାର ଦେଖିବାକୁ ମିଳିଛି । କେରଳକୁ ଚିକିତ୍ସା ପାଇଁ ଆସିଥିବା ବେଳେ ସେ କେଉଁ ଆଡ଼େ ଚାଲି ଯାଇଥିବା ଜଣା ପଡ଼ିଛି । ଏ ନେଇ ସୂଚନା ଦିଆ ଯାଇଥିଲେ ମଧ୍ୟ ନିଖୋଜ ମହିଳାଙ୍କୁ ଖୋଜିବାରେ ବିଫଳ ହୋଇଛି ପୁଲିସ । କିଛି ଦିନ ତଳେ ତିିରୁଭନନ୍ତପୁରମ୍୍ରେ ସମୁଦ୍ରରୁ ଜଣେ ବିଦେଶୀ ମହିଳାଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଥିଲେ ମଧ୍ୟ ତାହା ତାଙ୍କ ସ୍ତ୍ରୀଙ୍କର ନୁହଁ ବୋଲି ବିଦେଶୀ ଯୁବକ ଆଣ୍ଡ୍ରିଉ ଜୋର୍ଡାନ କହିଛନ୍ତି ।
ପୁଲିସକୁ କିଛି ସୁରାକ୍ ନ ମିଳିବାରୁ ଏବେଆଣ୍ଡ୍ରିଉ ନିଜ ସ୍ତ୍ରୀ ଲିଗାଙ୍କୁ ନିଜେ ଖୋଜିବା ଆରମ୍ଭ କରିଛନ୍ତି । କେରଳର ବିଭିନ୍ନ ସ୍ଥାନରେ ଲିଗାଙ୍କ ଫଟୋ ଲଗାଇବା ସହ ଯିଏ ଲିଗାଙ୍କ ବିଷୟରେ ସୂଚନା ଦେବ ତାଙ୍କୁ ଉପହାର ଆକାରରେ ୧ଲକ୍ଷ ଟଙ୍କା ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି ।

ସୂଚନା ମୁତାବକ, ଲିଗା ସ୍କ୍ରୋମ୍ୟାନ୍ (୩୩) ପ୍ରାୟ ସମୟ ଚିନ୍ତାଗ୍ରସ୍ତ ଥିବାରୁ ତାଙ୍କୁ ମାର୍ଚ୍ଚ ୧୪ରେ କେରଳର କୋଭାଲାମ୍କୁ ଚିକିତ୍ସା ଲାଗି ଅଣା ଯାଇଥିଲା । ତାଙ୍କ ସହ ଆସିଥିଲେ ତାଙ୍କ ସ୍ୱାମୀ ଆଣ୍ଡ୍ରିଉ ଜୋର୍ଡ଼ାନ ଏବଂ ତାଙ୍କ ଭଉଣୀ ଇଲ୍ଜେ ସ୍କ୍ରୋମ୍ୟାନ୍ । ଚିକିତ୍ସା ପାଇଁ ଯାଇଥିବା ବେଳେ ସିଗାରେଟ୍ ଟାଣିବା ପାଇଁ ଲିଗା ଏକ ଆର୍ୟୁବେଦିକ୍ ଷ୍ଟୋରକୁ ଯାଇଥିଲେ । କିନ୍ତୁ ସେଠାରୁ ସେ ଆଉ ଫେରି ନଥିଲେ । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୪ ହୋଇ ଯାଇଥିଲେ ମଧ୍ୟ ଲିଗାଙ୍କର ଏ ପର୍ଯ୍ୟନ୍ତ କୌଣସି ଖୋଜ୍ ଖବର ମିଳିନାହିଁ ।