କୋଲକାତା : କୋଲକାତା ମ୍ୟୁଜିୟମ୍ରେ ସୁରକ୍ଷା ପାଇଁ ନିୟୋଜିତ ଥିବା ଜଣେ ଓଡ଼ିଆ ସିଆଇଏସ୍ଏଫ୍ ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ଅନ୍ୟ ଜଣେ ଓଡ଼ିଆ ଯବାନଙ୍କର ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ସିଆଇଏସ୍ଏଫ୍ ର କମାଣ୍ଡାଣ୍ଟ୍ ସୁବୀର ଘୋଷ ମଧ୍ୟ ଅଛନ୍ତି । ସମ୍ପୃକ୍ତ ଅର୍ଦ୍ଧସାମରିକ ଯବାନଙ୍କଙ୍କୁ ଗିରଫ କରାଯାଇଛି ଏବଂ ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ଘଟିଥିଲା ଆଜି ସନ୍ଧ୍ୟା ସାଢ଼େ ୬ଟା ସମୟରେ। ଯବାନ ଜଣକ ଏକ ପୁଲିସ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ଫଳରେ ଡ୍ରାଇଭର ସମେତ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ ଏବଂ ଜଣେ ସିଆଇଏସ୍ଏଫ୍ ଯବାନଙ୍କର ମୃତ୍ୟୁ ଘଟିଥିଲା। ଅଭିଯୁକ୍ତକୁ ଗିରଫ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି ପୁଲିସ କମିସନର ବିନୀତ ଗୋୟଲ କହିଛନ୍ତି। ଗୁଳି କରିଥିବା ସିଆଇଏସଏଫ ଯବାନଙ୍କ ପରିଚୟ ମିଳିଛି । ତାଙ୍କ ନାମ ଅକ୍ଷୟ ମିଶ୍ର ଏବଂ ସେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ବାସିନ୍ଦା ବୋଲି ଜଣାପଡ଼ିଛି। ସେ ସିଆଇଏସ୍ଏଫରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। ସେ ତାଙ୍କ ସର୍ଭିସ ରାଇଫଲରୁ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ମୃତ ସିଆଇଏସ୍ଏଫ ଯବାନଙ୍କ ନାମ ରଞ୍ଜିତ କୁମାର ଷଡ଼ଙ୍ଗୀ ଏବଂ ସେ ମଧ୍ୟ ଓଡ଼ିଶାର ବୋଲି ଜଣାପଡ଼ିଛି।
ସିଆଇଏସ୍ଏଫ୍ ଯବାନ ଅକ୍ଷୟ ମିଶ୍ରଙ୍କୁ ଛୁଟି ନମିଳିବାରୁ ସେ ଏଭଳି ଭୟାନକ କାଣ୍ଡ କରିଥବା ଜଣା ପଡ଼ିଛି। ସମ୍ପୃକ୍ତ ଯବାନଙ୍କୁ କୋଲକାତା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଯବାନଙ୍କ ମାନସିକ ସ୍ଥିତି ଠିକ୍ ନଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/firing-kendrapara-1.jpg)