ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଜଣେ ଅଧିକାରୀ ମାଫିଆଙ୍କ ୭ ଗୁଳି ଖାଇଥିଲେ

ଲକ୍ଷ୍ନୌ : ଏକ ବଡ଼ ଦୁର୍ନୀତି ମାମଲାକୁ ଧରା ପକାଇ ଦେଇଥିବା ଉତ୍ତରପ୍ରଦେଶର ଜଣେ ଅଧିକାରୀ ୨୦୨୧ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେ ହେଉଛନ୍ତି ରିଙ୍କୁ ସିଂହ। ଉତ୍ତରପ୍ରଦେଶ ହାପୁରର ଜଣେ ପ୍ରାଦେଶିକ ସେବା ଅଫିସର। ୨୦୦୮ରେ ସେ ମୁଜାଫରନଗର ସ୍କଲାରସିପ୍‌ରେ ହୋଇଥିବା ୮୩ କୋଟି ଦୁର୍ନୀତି ମାମଲା ପଦାରେ ପକାଇବାରେ ବଡ଼ ଭୂମିକା ନିର୍ବାହ କରିଥିଲେ। ସେତେବେଳେ ସେ ସମାଜ ମଙ୍ଗଳ ଅଧିକାରୀ ଥିଲେ। ଏହି ମାମଲାରେ ୪ ଜଣଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ ହୋଇଛି।

ଏହି ଦୁର୍ନୀତି ମାମଲା ପ୍ରଘଟ ହେବାପରେ ମାଫିଆଙ୍କ ଦ୍ବାରା ରିଙ୍କୁ ରାହିଙ୍କ ଉପରେ ଆକ୍ରମଣ ହୋଇଥିଲା। ତାଙ୍କ ଦେହରେ ୭ଟି ଗୁଳି ବାଜିଥିଲା। ତାଙ୍କ ମୁହଁରେ ମଧ୍ୟ ଏକ ଗୁଳି ଲାଗିବାରୁ ମୁହଁ ବିକୃତ ହୋଇ ଯାଇଥିଲା। ସେ ତାଙ୍କର ଗୋଟିଏ ଆଖିର ଦୃଷ୍ଟି ଶକ୍ତି ଏବଂ ଶ୍ରବଣ ଶକ୍ତି ହରାଇଥିଲେ। ଏକ ରାଜ୍ୟ ପରିଚାଳିତ ଆଇଏଏସ୍‌ କୋଚିଂ ସେଣ୍ଟର୍‌ରେ ସେ ଜଣେ ଡାଇରେକ୍ଟର ଭାବେ ସିଭିଲ୍‌ ସର୍ଭିସ୍‌ ଆଶାୟୀଙ୍କୁ ପାଠ ପଢ଼ାଉଥି‌‌ଲେ। ତାଙ୍କ ଛାତ୍ରମାନେ ତାଙ୍କୁ ୟୁପିଏସ୍‌ସି ପରୀକ୍ଷା ଦେବାପାଇଁ କହିଥିଲେ। ଏହା ପୂର୍ବରୁ ୨୦୦ ରେ ସେ ପ୍ରୋଭିନସିଆଲ ସିଭିଲ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର