ନୂଆଦିଲ୍ଲୀ: ପାଟନାର ଜଣେ ଡାକ୍ତର ୫ ଥର କୋଭିଡ୍‌-୧୯ ଟିକା ନେଇଥିବା ରେକର୍ଡରୁ ଜଣା ପଡ଼ିବା ପରେ ଏହି ଘଟଣାର ତଦନ୍ତ କରିବାକୁ ବିହାର ସରକାର ନିର୍ଦ୍ଦେଶ ଦେଇଛନ୍ତି। ସିଭିଲ୍ ସର୍ଜନ ଡାକ୍ତର ଭିଭା କୁମାରୀ ସିଂ କହିଛନ୍ତି, ନିୟମ ଅନୁଯାୟୀ ସେ ତିନିଥର ଟିକା ନେଇଛନ୍ତି। ହୁଏତ ତାଙ୍କ ପ୍ୟାନ କାର୍ଡର ସବିଶେଷ ତଥ୍ୟ ବ୍ୟବହାର କରି ଅନ୍ୟ କେହି ଟିକା ନେବାରେ ସଫଳ ହୋଇଛନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

Advertisment

କୋ-ୱିନ୍‌ ପୋର୍ଟାଲ ଅନୁଯାୟୀ, ସେ ୨୦୨୧ ମସିହା ଜାନୁଆରି ୨୮ରେ ପ୍ରଥମ ଡୋଜ ଟିକା ନେଇଥିଲେ। ଗତ ବର୍ଷ ମାର୍ଚ୍ଚ ସୁଦ୍ଧା ତାଙ୍କୁ ସମ୍ପୂର୍ଣ୍ଣ ଟିକା ଦିଆଯାଇଥିଲା। ସରକାରୀ ରେକର୍ଡରୁ ଜଣାପଡିଛି, ସିଂହ ତାଙ୍କ ପ୍ୟାନ୍ କାର୍ଡ ସୂଚନା ବ୍ୟବହାର କରି ୨୦୨୧ ଫେବ୍ରୁଆରି ୬ ଏବଂ ସେହି ବର୍ଷ ଜୁନ୍ ୧୭ରେ ଚତୁର୍ଥ ଥର ପାଇଁ ଟିକାନେଇଥିଲେ। ତା’ପରେ ସେ ଚଳିତ ମାସ ୧୩ ତାରିଖରେ ସତର୍କତାମୂଳକ ଡୋଜ ନେଇଥିଲେ। ପାଟନା ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ରଶେଖର ସିଂ କହିଛନ୍ତି, ପ୍ରଶାସନ ତଦନ୍ତ ଆରମ୍ଭ କରିଛି। ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।