ବୈଜୟନ୍ତଙ୍କ ଦ୍ୱାରା ଦିଲ୍ଲୀରେ ଅକ୍ସିଜେନ୍ ସେବାକେନ୍ଦ୍ର ଉଦ୍‌ଘାଟିତ

ନୂଆଦିଲ୍ଲୀ : କୋଭିଡ୍-ଜନିତ ପରିସ୍ଥିତିରେ ସାଧାରଣ ଜନତାଙ୍କୁ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ପଶ୍ଚିମ ଦିଲ୍ଲୀରେ ପ୍ରତିଷ୍ଠା କରାଯାଇଥିବା ଅକ୍ସିଜେନ୍ ସେବା କେନ୍ଦ୍ରକୁ ଶୁକ୍ରବାର ବିଜେପିର ଜାତୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ବିଜେପିର ପ୍ରଭାରୀ ବୈଜୟନ୍ତ ପଣ୍ଡା ଉଦ୍‌ଘାଟନ କରିଛନ୍ତି। ଅକ୍ସିଜେନ୍ ସେବା କେନ୍ଦ୍ରରେ ୧୦୦ଟି ଅକ୍ସିଜେନ୍ କଣ୍ଟେନର ରଖାଯାଇଛି। ଏହି କେନ୍ଦ୍ରରେ ରୋଗୀଙ୍କୁ ଡାକ୍ତର, ନର୍ସ, ଔଷଧ ଭଳି ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ଅକ୍ସିଜେନ୍ ସେବା କେନ୍ଦ୍ର ଉଦ୍‌ଘାଟନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପ୍ରଦେଶ ସାହିବ ସିଂହ, ଦିଲ୍ଲୀ ବିଜେପି ସଂଗଠନ ମହାସଚିବ ସିଦ୍ଧାର୍ଥନ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର