ଆଉ ଏକ କେଜ୍ରିଓ୍ଵାଲ ମୁଁ ଚାହୁନାହିଁ: ଆନ୍ନା

ନୂଆଦିଲ୍ଳୀ: ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ ଆଜି କହିଛନ୍ତି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ତାଙ୍କ ଦ୍ୱାରା ଆୟୋଜିତ କୌଣସି ପ୍ରକାର ଆନ୍ଦୋଳନରେ ସେ ସାମିଲ ହେବେନି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ନୂଆଦିଲ୍ଲୀରେ ଏକ ବିଶାଳ ର‍୍ୟାଲି କରିବାକୁ ଯାଉଥିବା ଆନ୍ନା ଏଥିରେ କୃଷକମାନଙ୍କୁ ଯୋଗ ଦେବାଲାଗି ଅନୁରୋଧ କରିଛନ୍ତି। ତେବେ ଆଜି ଆଗ୍ରା ସ୍ଥିତ ସହିଦ ସ୍ମାରକରେ ଏକ ଜନସମାବେଶରେ ଯୋଗ ଦେଇ ଆନ୍ନା କହିଛନ୍ତି ଯେ ଆଗକୁ ସେ ଯେଉଁ ଆନ୍ଦୋଳନ କରିବେ ସେଥିରେ କେଜ୍ରିିଓ୍ଵାଲ ସାମିଲ ହେବେନି ଏବଂ ତାଙ୍କ ଆନ୍ଦୋଳନରୁ ଆଉ କେହି କେଜ୍ରିଓ୍ଵାଲ ହୋଇ ବାହାରିବା ସେ ଚାହୁନାହାନ୍ତି।

ସମ୍ବନ୍ଧିତ ଖବର