ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆଖଡା ପରିଷଦର ସଭାପତି ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ସକାଳେ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମହନ୍ତଙ୍କର ଦିନେ ଏକାନ୍ତ ଘନିଷ୍ଠ ଥିବା ଶିଷ୍ୟ ଆନନ୍ଦ ଗିରିଙ୍କୁ ମଧ୍ୟ ପୁଲିସ ଗିରଫ କରିଛି | ଆଜି ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଥିଲା ଉତ୍ତରପ୍ରଦେଶ ପୁଲିସ | ପଚରାଉଚୁରା ପରେ ତାଙ୍କୁ ଗିରଫ କରାଯାଇ ପ୍ରୟାଗରାଜ ଅଣାଯାଉଥିବାର ଜଣାପଡିଛି ।
ସେହିପରି ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ଏହି ୪ ଜଣଙ୍କ ବ୍ୟତୀତ ଆଉ ୪ ଜଣଙ୍କର ଲାଇ ଡିଟେକ୍ଟର ଟେଷ୍ଟ କରାଯାଇପାରେ | ବର୍ତ୍ତମାନ ପୁଲିସ ସିସିଟିଭି ଫୁଟେଜ ସହ ସୁସାଇଡ ନୋଟକୁ ମଧ୍ୟ ଯାଞ୍ଚ କରୁଛି। ସୂଚନା ଥାଉ କି ଗତକାଲି ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଥିଲା । ୭ ପୃଷ୍ଠାର ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି ।
ଆନନ୍ଦ ଗିରି, ମହନ୍ତ ନରେନ୍ଦ୍ର ଗିରିଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଥିବା ସେ ଲେଖିଛନ୍ତି । ମୁଁ ସମ୍ମାନର ସହ ବଞ୍ଚିଥିଲି। କିନ୍ତୁ ଏବେ ଅପମାନ ସହ ବଞ୍ଚି ପାରିବି ନାହିଁ। ଏହି କାରଣରୁ ମୁଁ ନିଜ ଜୀବନ ନେଉଛି ବୋଲି ଲେଖିଛନ୍ତି ସଭାପତି ନରେନ୍ଦ୍ର ଗିରି। ପ୍ରୟାଗରାଜର ନିଜ ମଠର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/saqq.png)