ରାସ୍ତାକଡ଼ରେ ବିଞ୍ଚଣା ବିକୁଥିବା ଏହି ପିଲାର ବିଦେଶୀ ଭାଷାଜ୍ଞାନ ଦେଖି ମୁଗଧ ହେଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ : ଦେଶର ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ବିଭିନ୍ନ ଗରିବ କିନ୍ତୁ ମେଧାବୀ ଲୋକମାନଙ୍କୁ ସାହାଯ୍ୟ କରିବାରେ ବେଶ ଜଣାଶୁଣା । ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଥିବା ଆନନ୍ଦ ସୋସିଆଲ ମିଡିଆରୁ ହିଁ ଅନେକ ମେଧାବୀ ଲୋକମାନଙ୍କୁ ଖୋଜି ବାହାର କରନ୍ତି ଓ ସେମାନଙ୍କୁ ସାହାଯ୍ୟ କରନ୍ତି ।

 

ନିକଟରେ ସେ ଟ୍ଵିଟ୍ଟରରେ ଘୁରିବୁଲୁଥିବା ମୁମ୍ବାଇର ଏକ ହାତପଙ୍ଖା ବୁଲା ବିକାଳୀକୁ ଠାବ କରିଛନ୍ତି । ଯୁବକଟି ରାସ୍ତାକଡରେ  ହାତପଙ୍ଖା  ବିକ୍ରି କରେ, ବିଦେଶୀ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ସେ ଅନେକ ବିଦେଶୀ ଭାଷାରେ କଥା ହୁଏ । ମୁମ୍ବାଇର ରାସ୍ତାକଡରେ ବଢିଥିବା ରବି ଚେକଲ୍ୟା ନାମକ ଏହି ପିଲା ଅଳ୍ପ କିଛି ପାଠ ପଢିଛି । ମାତ୍ର ସେ ବିଭିନ୍ନ ବିଦେଶୀ ଭାଷାରେ ପ୍ରାଞ୍ଜଳଭାବେ କଥା କହିପାରେ ।  ସେ ଇଂରାଜୀ, ଜାପାନି,ଫ୍ରେଞ୍ଚ,ଜର୍ମାନ ଆଦି ପ୍ରାୟ ୧୦ଟି ବିଦେଶୀ ଭାଷା ଜାଣିଛି । ଟ୍ଵିଟ୍ଟରରେ ଏହି ଭିଡିଓ ଦେଖି ଆନନ୍ଦ ଏତେ ପ୍ରଭାବିତ ହୋଇଗଲେ ଯେ ସେ ତୁରନ୍ତ ତାହାର ପାଠପଢା ପାଇଁ କିଛି ସାହାଯ୍ୟ କରିବାକୁ ଆଗେଇଆସିଲେ । କିନ୍ତୁ ପରେ ସେ ଜାଣିଲେ ଯେ ଉକ୍ତ ଭିଡିଓଟି ପୁରୁଣା ଓ ଇତି ମଧ୍ୟରେ ଉକ୍ତ ପିଲା ବଡ଼ ହୋଇ ବିବାହ କରିସାରିଛି । ତଥାପି ସେ ତାକୁ ସାହାଯ୍ୟ କରିଛନ୍ତି । ମହିନ୍ଦ୍ରା ଫାଉଣ୍ଡେସନ ପକ୍ଷରୁ ତାକୁ ଆର୍ଥିକ ସାହାଯ୍ୟ କରାଯାଇଛି ।

 

ସମ୍ବନ୍ଧିତ ଖବର