ନୂଆଦିଲ୍ଲୀ: ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥିଲାଗି ସକାଳୁ ସକାଳୁ ପୁରୀ ବଡ଼ଦାଣ୍ଡ ଲୋକାରଣ୍ୟ ହୋଇପଡ଼ିଛି। ପୁରୀରେ ଆଜି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ରଥଯାତ୍ରା ‌କେବଳ ଧାର୍ମିକ ଉତ୍ସବ ନୁହେଁ। ଏହା ଭକ୍ତି, ଆସ୍ଥା ଓ ସଂସ୍କୃତିର ମହାପର୍ବ ।

Advertisment

୫୩ ବର୍ଷ ପରେ ଚଳିତ ବର୍ଷ ବିରଳ ରଥଯାତ୍ରା ଦେଖିବାକୁ ଯାଉଛନ୍ତି ଭକ୍ତ। ୧୫ ଦିନ ଅଣସର ବଦଳରେ ୧୩ ଦିନ ଅଣସର ନୀତି ଥିବାରୁ ଗୋଟିଏ ଦିନରେ ଅନୁଷ୍ଠିତ ହେବ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଦୁଇଦିନ ଧରି ଭକ୍ତ ଦେଖିବେ ରଥଯାତ୍ରା।

ଏଥିପାଇଁ କେବଳ ଓଡ଼ିଶା କି ଭାରତ ନୁହେଁ, ବରଂ ବିଦେଶରୁ ପୁରୀକୁ ଭକ୍ତଙ୍କ ଆଗମନ ହୋଇଛି । ଏଥିସହିତ ‌ଯେଉଁ ସ୍ଥାନମାନଙ୍କରେ ରଥଯାତ୍ରା ପାଳିତ ହୁଏ ସେଠାକୁ ସକାଳୁ ଭକ୍ତଙ୍କ ସୁଅ ଛୁଟୁଛି।

ଏହି କ୍ରମ‌ରେ ଶିଳ୍ପପତି ଓ ମହିନ୍ଦ୍ରାଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଦେଶବାସୀଙ୍କୁ ପବିତ୍ର ରଥଯାତ୍ରା ପାଇଁ ଶୁଭକାମନା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଭଗବାନ ଜଗନ୍ନାଥ ଦେଶବାସୀଙ୍କୁ ସୁସ୍ଥ ରଖନ୍ତୁ ଓ ସମସ୍ତଙ୍କ ମନୋକ‌ାମନା ପୂର୍ଣ୍ଣ କରନ୍ତୁ।