ମୁମ୍ବାଇ: ଟେସଲାର ସିଇଓ ଏଲନ୍ ମସ୍କ ଟ୍ବିଟର୍ ସହ କରିଥିବା ତାଙ୍କର ଚୁକ୍ତି ବାତିଲ୍ କରିବା ପରେ ସୋସିଆଲ୍ ମିଡିଆରେ ଭିନ୍ନ ଲୋକ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଏହା ମଧ୍ୟରେ ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଦେଇଥିବା ମତ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ଅନନ୍ଦ ଏଲନ୍ ମସ୍କଙ୍କ ଟ୍ବିଟର୍ ଚୁକ୍ତି ବାତିଲ୍ କରିବା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି ‘ଯଦି ଏଲନ୍ କୌଣସି ଭାରତୀୟ ଟ୍ରେନ୍ରେ ଯାତ୍ରା କରୁଥାନ୍ତେ ତ ଟିକେଟ୍ କଣ୍ଡକ୍ଟର ତାଙ୍କୁ ବିନା ଟିକେଟ୍ ଯାତ୍ରୀ ବା ବେଟିକେଟ୍ ଯାତ୍ରୀ ଭାବେ ବିବେଚନା କରିଥାନ୍ତେ। ଲୋକଙ୍କ ଆକର୍ଷଣର ଦୃଷ୍ଟିକେନ୍ଦ୍ର ପାଲିଟିବା ପାଇଁ ବେଟିକକେଟ୍ ଯାତ୍ରୀ ଖବରର ହେଡ୍ଲାଇନ୍ ବି ହୋଇପାରନ୍ତି। ଯେପରି ଏ ଟ୍ବିଟର୍ ଟିଜ୍।’
ଉଲ୍ଲେଖଯୋଗ୍ୟ, ସାମାଜିକ ଗଣମାଧ୍ୟମ କମ୍ପାନି ‘ଟୁଇଟ୍ର୍’କୁ ଖରିଦ କରିବା ଲାଗି ହୋଇଥିବା ୪୪ ବିଲିୟନ୍ ଡଲାର୍ ଚୁକ୍ତିନାମାର ଅବସାନ ଘଟାଇଛନ୍ତି ବୋଲି ଶୁକ୍ରବାର ଦିନ ‘ଟେସ୍ଲା’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଶ୍ବର ଶ୍ରେଷ୍ଠ ଧନୀବ୍ୟକ୍ତି ଏଲନ୍ ମସ୍କ୍ ଏନେଇ ସୂଚନା ଦେଇଛନ୍ତି।
ଏହାର କାରଣ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ, ରାଜିନାମା (ମର୍ଜର୍ ଏଗ୍ରିମେଣ୍ଟ୍) ଅନୁସାରେ, ଜାଲ୍ ଆକାଉଣ୍ଟ୍ ସଂକ୍ରାନ୍ତରେ ସୂଚନା ଯୋଗାଇ ଦେବାରେ ‘ଟୁଇଟର୍’ ବିଫଳ ହୋଇଥିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।
କିନ୍ତୁ, ‘ଟୁଇଟର୍’ର ଅଧ୍ୟକ୍ଷ ବ୍ରେଟ୍ ଟେଲର୍ ଟୁଇଟ୍ କରି କହିଛନ୍ତି, ଉକ୍ତ ‘ମର୍ଜର୍ ଏଗ୍ରିମେଣ୍ଟ୍’କୁ (ଦୁଇଟି କମ୍ପାନିକୁ ମିଶାଯାଇ ନୂଆ କମ୍ପାନି କରାଯିବା ଚୁକ୍ତି) କାଏମ ରଖିବା ଲାଗି ଆଇନଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ‘ଟୁଇଟର୍’ ବୋର୍ଡ ଯୋଜନା କରୁଛି।