ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି । ଏହା ସହ ନିଜ ଫଲୋୟର୍ସଙ୍କ  ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ରଖିଥାନ୍ତି । ସୋମବାର ସେ ନିଜ ଟୁଇଟର ଆକାଉଣ୍ଟରେ ଏକ ଏଭଳି ଫଟୋ ସେୟାର କରିଥିଲେ, ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଏକ ବଡି ମସାଜର ବିଜ୍ଞାପନକୁ ଦେଖି ତାହାର ଫଟୋ ନିଜ ଟୁଇଟ୍‌ର ଆକାଉଣ୍ଟରେ ସେୟାର କରିଥିଲେ ଆନନ୍ଦ ମହିନ୍ଦ୍ରା ।

Advertisment

ବିଜ୍ଞାପନଟି ରୋଡ୍‌ ରୋଲର ଚକାରେ ଲଗା ଯାଇଥିବା ଦେଖି, ଖତରନାକ.....ଏହି ମସାଜ ପରେ ଆପଣଙ୍କୁ ଆଉ କେଉଁ ପ୍ରକାରର ମସାଜ ନେବାକୁ ପଡ଼ିବ ନାହିଁ । ଏହା ସବୁ ଅସୁବିଧାର ସ୍ଥାୟୀ ଚିକିତ୍ସା ହେବ ବୋଲି ଲେଖିଥିଲେ ଆନନ୍ଦ ମହିନ୍ଦ୍ରା । ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସେ ଜଣେ ଛୋଟ ବାଳିକାର ଚିଠି ସେୟାର କରି ରାସ୍ତାରେ ଅଯଥା ହର୍ଣ୍ଣ ବଜାଇବାକୁ ନେଇ ଲୋକମାନଙ୍କୁ ସଚେତନ କରାଇଥିଲେ ।