ପ୍ଲାଷ୍ଟିକର ଏଭଳି ପୁନଃବ୍ୟବହାର କରାଯାଉଥିବା ଦେଖି ଆନନ୍ଦ ମହିନ୍ଦ୍ରା କହିଲେ; ଭାରତୀୟଙ୍କ ସୃଜନଶୀଳତାକୁ ସଲାମ୍‌

ନୂଆଦିଲ୍ଲୀ : ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହିଥାନ୍ତି । ଅନେକ ସମୟରେ ତାଙ୍କର ଟୁଇଟ୍‌ ଚର୍ଚ୍ଚାର ବିଷୟ ପାଲଟିଥାଏ । ଲୋକମାନଙ୍କ କାମକୁ ସେ ସବୁ ବେଳେ ଟୁଇଟ୍‌ କରି ପ୍ରଶଂସା କରିବା ସହ ଅନ୍ୟମାନଙ୍କୁ ସେଭଳି କିଛି କରିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି । ଜୁଲାଇ ୧୮ରେ ସେ ଏକ ଫଟୋ ଟୁଇଟ୍‌ କରିଥିଲେ, ଯେଉଁଥିରେ ବାଇକ୍‌ ପାର୍କିଂର ଏକ ଭିନ୍ନ ଉପାୟ ଦେଖିବାକୁ ମିଳିଥିଲା । ଲୋକମାନେ ଗାଡ଼ି ରଖିବା ପାଇଁ ଘର ତିଆରି କରୁଥିବା ବେଳେ ଜଣେ ଲୋକ ପ୍ଲାଷ୍ଟିକ୍‌ ପାଣି ଟାଙ୍କିର ଗୋଟେ ପାଖ କାଟି ସେଥିରେ ଦୁଇଟି ଗାଡ଼ି ରଖିଥିବା ଫଟୋରେ ଦେଖିବାକୁ ମିଳିଥିଲା । ପ୍ଲାଷ୍ଟିକକୁ ନ ଫିଙ୍ଗି ତାକୁ ଏଭଳି ଭାବରେ ବ୍ୟବହାର କରିବାର ଉପାୟ ଦେଖି ଫଟୋ ସେୟାର କରିବା ସହ ଟୁଇଟ୍‌ କରିଥିଲେ ଆନନ୍ଦ ମହିନ୍ଦ୍ରା ।

ଟୁଇଟ୍‌ରେ ସେ ଲେଖିଥିଲେ , ମୁଁ ମୋ ଅଫିସରେ ପ୍ଲାଷ୍ଟିକ ବୋତଲ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟୁଇଟ୍‌ କରିଥିଲି । କିନ୍ତୁ ମୋତେ ଲାଗୁଛି କି ଆମ ଆଖ ପାଖରେ ଥିବା ବିଭିନ୍ନ ପ୍ଲାଷ୍ଟିକ ଜିନିଷ ଉପରେ ଏହି ନିୟମ ଲାଗୁ ହେବା ଦରକାର । ପ୍ଲାଷ୍ଟିକର ପୁନଃବ୍ୟବହାର କରିବାରେ ଲୋକମାନଙ୍କ ସୃଜନଶୀଳତା ଦେଖି ମୋତେ ବହୁତ ଭଲ ଲାଗିଲା ବୋଲ ଲେଖିଥିଲେ ଆନନ୍ଦ ମହିନ୍ଦ୍ରା । ତାଙ୍କର ଏଭଳି ଟୁଇଟ୍‌କୁ ଲୋକେ ପସନ୍ଦ କରିବା ସହ ପ୍ଲାଷ୍ଟିକକୁ ଭାରତରେ କିଭଳି ଭାବରେ ବ୍ୟବହାର କରାଯାଉଛି, ତାହାର ଫଟୋ ସବୁ ଟୁଇଟ୍‌ କରିଥିଲେ ।

ସମ୍ବନ୍ଧିତ ଖବର