ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ୧୦୫କିଲୋମିଟର ସାଇକେଲ ଚଳାଇଥିଲେ ବାପା, ଜାଣିବା ପରେ ସମସ୍ତ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ କହିଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବ‌ା ପାଇଁ ୧୦୫କିଲୋମିଟର ସାଇକେଲ ଚଳାଇଥିଲେ ମଧ୍ୟପ୍ରଦେଶର ଧର୍ ଜିଲ୍ଲାରେ ରହୁଥିବା ଶୋଭାରାମ । ଖବରଟି ପ୍ରକାଶ ପାଇବା ପରେ ତାହା ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ଖବର ଭାରତୀୟ ଅଟୋମୋବାଇଲ୍‌ କମ୍ପାନିର ମାଲିକ ଆନନ୍ଦ ମହିନ୍ଦ୍ରାଙ୍କୁ ଅଧିକ ପ୍ରଭାବିତ କରିଥିବା ବେଳେ ଏବେ ସେ ୧୦୫କିଲୋମିଟର ସାଇକେଲ ଚଳାଇଥିବା ଶୋଭାରାମଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି।

ଧର୍ ରେ ରହୁଥିବା ଶୋଭାରାମଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଅନେକ ଲୋକ ତାଙ୍କ କାମକୁ ପ୍ରଶଂସା କରିଥିଲେ | ତେବେ ଫଟୋ ଭାଇରାଲ ହେବା ପରେ ପୂରା ଘଟଣା ଜାଣି ଆନନ୍ଦ ମହିନ୍ଦ୍ରା ଧର୍ ରେ ରହୁଥିବା ଶୋଭାରାମଙ୍କ ପୁଅର ସମସ୍ତ ଅଧ୍ୟୟନର ଖର୍ଚ୍ଚ ବହନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି। ତାଙ୍କର ଏଭଳି ଟୁଇଟ ପରେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ପଦକ୍ଷେପକୁ ଲୋକମାନେ ପ୍ରଶଂସା କରୁଛନ୍ତି।

ଆନନ୍ଦ ମହିନ୍ଦ୍ରା ଟ୍ୱିଟରେ ଲେଖିଛନ୍ତି, ନିଜ ପିଲାଙ୍କ ପାଇଁ ଏକ ସୁବର୍ଣ୍ଣ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ଏହି ପିତାଙ୍କୁ ନମସ୍କାର। ଏହିପରି ସ୍ୱପ୍ନ ଦେଶକୁ ଆଗକୁ ବଢ଼ାଏ | ଆମ ସଂଗଠନ ଆଶିଷଙ୍କ ପରବର୍ତ୍ତୀ ଅଧ୍ୟୟନର ଖର୍ଚ୍ଚ ବହନ କରିବ ବୋଲି କହିବା ସହ ଖବରଟିକୁ ଛାପିଥିବା ସାମ୍ବାଦିକଙ୍କୁ ଯୋଗାଯୋଗ କରିବା ପାଇଁ ଟୁଇଟରେ ଜଣାଇଛନ୍ତି | ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସୋସିଆଲ ମିଡିଆ ମାଧ୍ୟମରେ ଖବର ପାଇ ଆନନ୍ଦ ମହିନ୍ଦ୍ରା ଅନେକଙ୍କୁ ସାହାଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର