ନୂଆଦିଲ୍ଲୀ: ଅନେକ ସମୟରେ ଲୋକଙ୍କ ସୃଜନଶୀଳତାକୁ ପ୍ରଶଂସା କରିଥାନ୍ତି ମହିନ୍ଦ୍ରା କମ୍ପାନିର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା। ଟୁଇଟର ଜରିଆରେ ସେ ନିଜର ଭାବନା ବ୍ୟକ୍ତ କରିବା ସହ ଲୋକଙ୍କ ସୃଜଶୀଳତାର ଅନେକ ଚିତ୍ର ସେ ପୂର୍ବରୁ ଟୁଇଟ୍ ଜରିଆରେ ଦେଖାଇଛନ୍ତି। ଏବେ ସେ ପୁଣି ଥରେ ଜଣେ ରିକ୍ସା ଚାଳକଙ୍କ ପ୍ରଶଂସା କରି ଚର୍ଚ୍ଚାରେ ରହିଛନ୍ତି।
I suppose you found this funny Neeraj & yes it is, especially since the logo has also been applied upside down! But I’m thrilled, because if a rickshaw driver sees our brand as aspirational, then we will provide him new & upgraded forms of mobility as he ‘Rises’ in life... https://t.co/rcVhsVZrwv
— anand mahindra (@anandmahindra) November 28, 2019
ସୂଚନା ମୁତାବକ, ନୀରଜ ପ୍ରତାପ ସିଂହ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଏକ ରିକ୍ସାର ଫଟୋ ସେୟାର କରିଥିଲେ। ଯାହା ପଛରେ ମହିନ୍ଦ୍ରା କମ୍ପାନିର ଲୋଗୋ ଓଲଟା ଲାଗିଥିବାର ଦେଖାଯାଇଥିଲା। ଏହାକୁ ସେୟାର କରି ନୀରଜ ଥଟ୍ଟା କରିଥିବା ବେଳେ ଆନନ୍ଦ ମହିନ୍ଦ୍ରା ଏହାକୁ ରି-ଟୁଇଟ୍ କରି ରିକ୍ସା ଚାଳକର ପ୍ରଶଂସା କରିଥିଲେ। ମୋତେ ଲାଗୁଛି ଏହାକୁ ଦେଖି ଆପଣଙ୍କୁ ମଜା ଲାଗୁଥିବ। ଏହା ସତରେ ମଜାଦାର ମଧ୍ୟ। ଖାସ୍ କରି କମ୍ପାନିର ଲୋଗୋକୁ ଓଲଟା ଲଗାଯିବାର ଦୃଶ୍ୟ। କିନ୍ତୁ ମୁଁ ବହୁତ ଖୁସି। ଯଦି ଜଣେ ରିକ୍ସା ଚାଳକ ଆମ ବ୍ରାଣ୍ଡକୁ ପ୍ରେରଣା ଆକାରରେ ଦେଖୁଛି, ତେବେ ଆମେ ତାଙ୍କୁ ଆମ କମ୍ପାନିର ନୂଆ ଗାଡ଼ି ଉପହାର ଆକରରେ ଦେବୁ। ଯାହାଦ୍ବାରା ସେ ନିଜ ଜୀବନରେ ଆଗକୁ ବଢ଼ି ପାରିବେ ବୋଲି ଲେଖିଛନ୍ତି ଆନନ୍ଦ ମହିନ୍ଦ୍ରା।