କାହିଁକି ଟ୍ରେନକୁ ମୁଣ୍ଡିଆ ମାରିଲେ ଏହି ବ୍ୟକ୍ତି? ଆନନ୍ଦ ମହିନ୍ଦ୍ରା ଦେଲେ ଉତ୍ତର

ମୁମ୍ବାଇ: ପାଖାପାଖି ୩୨୦ ଦିନ ପରେ ମୁମ୍ବାଇବାସୀଙ୍କ ପାଇଁ ରେଳ ଧାରଣାରେ ଯାତ୍ରା ଆରମ୍ଭ କରିଛି ମୁମ୍ବାଇ ଲୋକାଲ ଟ୍ରେନ | ମୁମ୍ବାଇବାସୀଙ୍କ ଜୀବନ ସହ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଜଡିତ ଥିବା ଲୋକାଲ ଟ୍ରେନକୁ ନେଇ ଏମିତି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁ ଫଟୋ ପଛର କାହାଣୀ ଜାଣିଲେ ଆପଣ ବି ଭାବୁକ ହୋଇଯିବେ | ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟରରେ ଫଟୋଟିଏ ସେୟାର କରିଛନ୍ତି | ଯେଉଁଥିରେ ଜଣେ ବ୍ୟକ୍ତି ଲୋକାଲ ଟ୍ରେନକୁ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଛି | ଏହି ଫଟୋକୁ ନେଇ ଆନନ୍ଦ ଲେଖିଛନ୍ତି ଯେ ‘ଏହା ହେଉଛି ଭାରତର ଆତ୍ମା, ମୁଁ ପ୍ରାର୍ଥନା କରୁଛି ଯେ ଆମେ ଏହାକୁ କେବେବି ହରାଇବୁ ନାହିଁ’ |


ସୂଚନା ମୁତାବକ ମୁମ୍ବାଇବାସୀଙ୍କ ପାଇଁ ଯାତାୟାତର ମୁଖ୍ୟ ମାଧ୍ୟମ ହୋଇଥାଏ ଲୋକାଲ ଟ୍ରେନ | ସକାଳୁ ଆରମ୍ଭ କରି ରାତି ଯାଏଁ ମୁମ୍ବାଇବାସୀଙ୍କ ପାଇଁ ଅହରହ ଦଉଡୁଥାଏ ଲୋକାଲ ଟ୍ରେନ | ସବୁ ବର୍ଗର ବ୍ୟକ୍ତିବିଶେଷ ଲୋକାଲ ଟ୍ରେନ ଉପରେ ନିର୍ଭର କରିଥାନ୍ତି | ଆଉ କରୋନା ଲକଡାଉନରେ ବନ୍ଦ ହୋଇଥିବା ମୁମ୍ବାଇର ଲୋକାଲ ଟ୍ରେନ୍ ଫେବୃଆରୀ ୨ ତାରିଖରୁ ପୁଣି ଥରେ ଚାଲିଛି ।

କରୋନା ଅବଧିରେ ୩୨୦ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ରେଳବାଇ ସାଧାରଣ ଜନତାଙ୍କୁ ଲୋକାଲ ଟ୍ରେନରେ ଯାତ୍ରା କରିବାକୁ ଅନୁମତି ଦେଇଛି | ବର୍ତ୍ତମାନ ପାଇଁ କିଛି ଘଣ୍ଟା ସ୍ଥିର କରାଯାଇଥିବାବେଳେ ପରିଚାଳନା ପାଇଁ ସ୍ଥାନୀୟ ପୁଲିସର ସହାୟତା ନିଆଯାଉଛି।

ସମ୍ବନ୍ଧିତ ଖବର